Below header

କଶ୍ମୀରରେ ଚାଲିଛି ଆତଙ୍କବାଦୀ ସ୍କୁଲ୍‌, ଆତଙ୍କବାଦୀ ସଂଗଠନରେ ଯୋଗ ଦେଲେଣି୧୩ ପିଲା

ଶ୍ରୀନଗର : କଶ୍ମୀରରେ ଆତଙ୍କବାଦୀ ସ୍କୁଲ ଚାଲିବା ନେଇ ସନ୍ଧାନ ପାଇଛନ୍ତି ସୁରକ୍ଷା ବାହିନୀ । ଏହି ସ୍କୁଲରେ ସ୍ଥାନୀୟ ପିଲାଙ୍କୁ ଆତଙ୍କବାଦୀ ପ୍ରଶିକ୍ଷଣ ଦେଇ ଭାରତ ବିରୋଧରେ ତିଆରି କରାଯାଉଛି । ସ୍କୁଲର ନାମ ରହିଛି ଶିରାଜ ଉଲୁମ ଇମାମ୍‌ ସାହିବ । ଏହିଠାରୁ ତାଲିମ ନେବା ପରେ ଯୁବକମାନେ ପାକିସ୍ତାନର ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଥାନ୍ତି ।

school terrorist.JPG-1

ପୁଲଓ୍ଵାମ ଆତଙ୍କ ଆକ୍ରମଣରେ ଏହି ସ୍କୁଲର ସଜ୍ଜାଦ ଭଟ୍ଟ ନାମକ ଜଣେ ଛାତ୍ର ଥିଲେ ବୋଲି କଶ୍ମୀର ପୁଲିସକୁ ସୁରାକ ମିଳିଛି । ପୁଲଓ୍ଵାମା ଘଟଣାର ତଦନ୍ତ ବେଳେ ଏନ୍‌ଆଇଏ ଆତଙ୍କବାଦୀ ସ୍କୁଲ ସମ୍ପର୍କରେ ଖବର ପାଇଥିଲା । କିଛି ଦିନ ତଳେ କଶ୍ମୀର ପୁଲିସ ଏହି ସ୍କୁଲର ୩ ଜଣ ଶିକ୍ଷକଙ୍କୁ ସୁରକ୍ଷା ଆଇନ ବଳରେ ଗିରଫ କରିଛି ।

ଆହୁରି କିଛି ଶିକ୍ଷକଙ୍କ ଉପରେ ସୁରକ୍ଷା ବାହିନୀ କଡ଼ା ନଜର ରଖିଛି । ଏହି ସ୍କୁଲର ୧୩ରୁ ଅଧିକ ଛାତ୍ର ଲସ୍କର ଓ ଜୈସ ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.