କୁନି ଝିଅର କମାଲ ! ମାତ୍ର ୧ ଘଣ୍ଟାରେ ୩୩ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରି ସୃଷ୍ଟି କଲେ ରେକର୍ଡ 

କେରଳର ଜଣେ ୧୦ ବର୍ଷର ବାଳିକା ଏମିତି କିଛି କରି ଦେଖାଇଛନ୍ତି, ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସାନଭି ଏମ ପ୍ରଜିଥ ନାମ୍ନୀ ଏହି ବାଳିକା ମାତ୍ର ୧ ଘଣ୍ଟାରେ ୩୩ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରି ବଡ଼ ବଡ଼ ସେଫମାନଙ୍କୁ ବି ଚମକାଇ ଦେଇଛନ୍ତି। ସେ ୧ ଘଣ୍ଟାରେ ଲଗାତାର ଇଡିଲି, ଉତ୍ତପମ, ମଶରୁମ ଟିକ୍କା, ପାପଡି ଚାଟ, ଫ୍ରାଏଡ ରାଇସ, ଚିକେନ୍ ରୋଷ୍ଟ, ପ୍ୟାନକେକ, ଉପମା ସହ ଏମିତି ଅନେକ ପ୍ରକାର ସ୍ୱାଦିଷ୍ଟ ଡିସ ତିଆରି କରିଥିଲେ।

yhuyu

iu

jnh

୧ ଘଣ୍ଟାରେ ଏତେ ସବୁ ବ୍ୟଞ୍ଜନ ପ୍ରସ୍ତୁତ କରିଥିବାରୁ ସାନଭିଙ୍କ ନାଁ ‘ଏସିଆ ବୁକ ଅଫ ରେକର୍ଡ୍ସ’ ଏବଂ ‘ଇଣ୍ଡିଆ ବୁକ ଅଫ ରେକର୍ଡ୍ସ’ରେ ସ୍ଥାନ ପାଇଛି। ସାନଭି ନିଜର ଏହି କୁକିଙ୍ଗ ସ୍କିଲର ପୂରା ଭିଡ଼ିଓ ୟୁଟ୍ୟୁବ ଚ୍ୟାନେଲରେ ଛାଡ଼ିଛନ୍ତି। ୨୯ ଅଗଷ୍ଟରେ ସେ ଏହି ଡିସ ସବୁ ପ୍ରସ୍ତୁତ କରିଥିଲେ। ସାନଭିଙ୍କ ବାପା ପରଜିତ ବାବୁ ଏୟାର ଫୋର୍ସରେ ଉଇଙ୍ଗ କମାଣ୍ଡର ଅଛନ୍ତି। ବର୍ତ୍ତମାନ ତାଙ୍କ ପରିବାର ବିଶାଖାପାଟଣାରେ ରହୁଛନ୍ତି। ସାନଭି ବଡ଼ ହୋଇ ଶେଫ ହେବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.