Below header

ଲଘୁଚାପ ଜନିତ ପ୍ରବଳ ବର୍ଷାରେ ପାହାଡ଼ରୁ ଖସିଲା ପଥର ତାସହିତ ମାଡିଆସିଲା ପାଣି, ଏବେ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ

ଗଞ୍ଜାମ : ଲଘୁଚାପ ଜନିତ ପ୍ରବଳ ବର୍ଷାରେ ପାହାଡ଼ରୁ ଖସିଲା ପଥର । ପାହାଡ଼ରୁ ପଥର ଖସିବା ସାଙ୍ଗକୁ ପାଣି ମାଡ଼ି ଆସିବାରୁ ଯୋଗାଯୋଗ ବ୍ୟାହତ । ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକର ତୁମ୍ବା ଓ ଆଙ୍କୁଲି ପଞ୍ଚାୟତରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି । ଲଗାଣ ବର୍ଷା ଯୋଗୁଁ ପାହାଡ଼ରୁ ପଥର ଖସିବା ସହ ଜୋରରେ ପାଣି ମାଡ଼ି ଆସିବାରୁ ତୁମ୍ବା ପଞ୍ଚାୟତର ଗଙ୍ଗାପୁର ଓ ଗଣ୍ଡିଆ ସାହି ଏବେ ପାଣି ଘେରରେ ରହିଛି । ଏହି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ସେହିପରି ବୁରାତାଲ ଓ ପୁରିଆ ସାହି ରାସ୍ତା ଧୋଇଯାଇଛି । ଆଙ୍କୁଲି ପଞ୍ଚାୟତ ତାଡ଼କାସହାି ଓ ଛୁରିଆବାଡ଼ ଗାଁରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି । ପାହାଡ଼ରୁ ପଥର ଖସିବାରୁ ଲୋକ ଭୟଭୀତ ହୋଇପଡ଼ିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.