Below header

ପାଣି ଯୁକ୍ତ ୨ କଳା ପରୀକ୍ଷା ଫଳରେ ବାଜି ମାତ୍ କଲା କିସ୍, ଛାତ୍ରଛାତ୍ରୀମାନେ ହାସଲ କଲେ ୯୯.୯୦ ପ୍ରତିଶତ ସଫଳତା

କେନ୍ୟୁଜ୍(ବ୍ୟୁରୋ):  ଚଳିତ ବର୍ଷ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ୨ କଳା ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ କିସ୍‌ର ଛାତ୍ରଛାତ୍ରୀମାନେ ୯୯.୯୦ ପ୍ରତିଶତ ସଫଳତା ହାସଲ କରିଛନ୍ତି । ରାଜ୍ୟରେ ପାସ୍‌ ହାର ୬୭.୫୬ ପ୍ରତିଶତ ରହିଥିବା ବେଳେ କିସ୍‌ ପାସ ହାର ଉତ୍ସାହଜନକ ରହିଛି । ମୋଟ ୫୨୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୧୦୫ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି ।

କୌଣସି ଏକ ସ୍କୁଲ୍‌ର ଏତେ ସଂଖ୍ୟକ ଛାତ୍ରଛାତ୍ରୀ ଯୁକ୍ତ ୨ କଳାରେ ସଫଳତା ହାସଲ କରିବାରେ କିସ୍‌ ପ୍ରଥମ ବୋଲି କୁହାଯାଉଛି । ଚଳିତ ବର୍ଷ କିସ୍‌ର ୩୪ ଜଣ ଆଦିମ ଜନଜାତି ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେଥିରୁ ସମସ୍ତ ଛାତ୍ରଛାତ୍ରୀ ସଫଳତା ହାସଲ କରିଛନ୍ତି । ସେମାନଙ୍କ ମଧ୍ୟରୁ ୫ ଜଣ ପ୍ରଥମ ଶ୍ରେଣୀରେ ପାସ୍‌ କରିଛନ୍ତି । କିସ୍‌ ଛାତ୍ରୀ ଧମାମତି ପରଜା ସର୍ବାଧିକ ୭୭ ପ୍ରତିଶତ ନମ୍ବର ରଖି ସ୍କୁଲ ଟପ୍ପର ହୋଇଛନ୍ତି ।

କିସ୍‌ର ଏହି ସଫଳତାରେ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ଆନନ୍ଦ ପ୍ରକାଶ କରିବା ସହ ସମସ୍ତ ସଫଳ ଛାତ୍ରଚାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଡକ୍ଟର ସାମନ୍ତ କହିଛନ୍ତି ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ନିୟମିତ ମାର୍ଗଦର୍ଶନ ଓ ଛାତ୍ରଛାତ୍ରୀଙ୍କ ଅଧ୍ୟବସାୟ ସେମାନଙ୍କୁୂ ସଫଳତା ଆଣି ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.