Below header

ମଣିଷ ରକ୍ତ ପିଉଛି ଦ୍ୱାରଶୁଣି ! ପୁଣି ବାଙ୍ଗିରିପୋଷି ଦ୍ବାରଶୁଣି ଘାଟିରେ ଦୁର୍ଘଟଣା, ଡ୍ରାଇଭର ମୃତ

ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଦ୍ୱାରାଶୁଣି ଘାଟିରେ ବ୍ରେକ ଫେଲ ଯୋଗୁ ଭାରସାମ୍ୟ ହରାଇ ଓଲଟିଲା ପିଆଜ ବୋଝେଇ ଟ୍ରକ୍ । ଟ୍ରକଟି ନାସିକରୁ ପିଆଜ ବୋଝେଇ କରି କୋଲକାତା ଅଭିମୁଖେ ଯାଉଥିବାବେଳେ ଏକ ଲୁହାପଥର ଗାଡ଼ିକୁ ଧକ୍କାଦେଇ ଓଲଟି ପଡ଼ିଥିଲା।

ବାଙ୍ଗିରିପୋଷି (କେନ୍ୟୁଜ) : ରକ୍ତମୁଖା ଦ୍ୱାରଶୁଣି ଘାଟିରେ ଥମୁନି ଦୁର୍ଘଟଣା । ପୁଣି ବାଙ୍ଗିରିପୋଷି ଦ୍ବାରଶୁଣି ଘାଟିରେ ଦୁର୍ଘଟଣା। ଓଲଟିଲା ଟ୍ରକ୍, ଡ୍ରାଇଭର ମୃତ। ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଦ୍ୱାରାଶୁଣି ଘାଟିରେ ବ୍ରେକ ଫେଲ ଯୋଗୁ ଭାରସାମ୍ୟ ହରାଇ ଓଲଟିଲା ପିଆଜ ବୋଝେଇ ଟ୍ରକ୍ । ଟ୍ରକଟି ନାସିକରୁ ପିଆଜ ବୋଝେଇ କରି କୋଲକାତା ଅଭିମୁଖେ ଯାଉଥିବାବେଳେ ଏକ ଲୁହାପଥର ଗାଡ଼ିକୁ ଧକ୍କାଦେଇ ଓଲଟି ପଡ଼ିଥିଲା। ଡ୍ରାଇଭରକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.