Below header

ହସ୍ପିଟାଲରେ ଭର୍ତ୍ତି ହେଲେ ବିଗବସ୍ ଓଟିଟି ଫେମ୍ ମନୀଷା ରାନୀ, ସାମ୍ନାକୁ ଆସିଲା ଫଟୋ

‘ବିଗ୍ ବସ୍ ଓଟିଟି ୨’ ପରେ ଆଜିକାଲି ମନୀଷାଙ୍କୁ ‘ଝଲକ୍‌ ଦିଖଲାଜା ୧୧’ ରେ ଦେଖିବାକୁ ମିଳୁଛି । ସୂଚନା ମୁତାବକ, ମନୀଷା ରାନୀ ଅସୁସ୍ଥତା କାରଣରୁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ହସ୍ପିଟାଲରୁ ଏକ ଫଟୋ ସାମ୍ନାକୁ ଆସିଛି । ଯେଉଁଥିରେ ସେ ଗୁରୁତର ଅବସ୍ଥାରେ ଅଛନ୍ତି ।

ଟିଭି ଦୁନିଆର ଲୋକପ୍ରିୟ ସୋ ‘ବିଗ୍ ବସ୍ ଓଟିଟି ୨’ ରେ ମନୀଷା ରାନୀଙ୍କୁ ଦେଖିବାକୁ ମିଳିଥିଲା । ଏହି ସୋ ରେ ସେ ସମସ୍ତ ପ୍ରତିଯୋଗୀ ତଥା ଦର୍ଶକଙ୍କ ମନୋରଞ୍ଜନ କରିଥିଲେ । ଲୋକମାନେ ତାଙ୍କ ଚୁଲ୍‌ବୁଲି କଥାବାର୍ତ୍ତାକୁ ବହୁତ ପସନ୍ଦ କରୁଥିଲେ, ଯେଉଁଥିପାଇଁ ସେ ପ୍ରଶଂସକଙ୍କ ଠାରୁ ବହୁତ ଭଲ ପାଇଥିଲେ । ‘ବିଗ୍ ବସ୍ ଓଟିଟି ୨’ ପରେ ଆଜିକାଲି ମନୀଷାଙ୍କୁ ‘ଝଲକ୍‌ ଦିଖଲାଜା ୧୧’ ରେ ଦେଖିବାକୁ ମିଳୁଛି । ସୂଚନା ମୁତାବକ, ମନୀଷା ରାନୀ ଅସୁସ୍ଥତା କାରଣରୁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ହସ୍ପିଟାଲରୁ ଏକ ଫଟୋ ସାମ୍ନାକୁ ଆସିଛି । ଯେଉଁଥିରେ ସେ ଗୁରୁତର ଅବସ୍ଥାରେ ଅଛନ୍ତି ।

‘ବିଗ୍ ବସ୍ ଓଟିଟି ୨’ ରୁ ବାହାରିବା ପରେ ମନୀଷା ରାନୀଙ୍କ ଭାଗ୍ୟ ବଦଳି ଯାଇଛି । ଯଦିଓ ସେ ଏହି ସୋ ରେ ଜିତିପାରିନଥିଲେ, ତଥାପି ସେ ଲୋକଙ୍କ ହୃଦୟରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ଲୋକମାନେ ତାଙ୍କ ଅଭିନୟକୁ ଡ୍ୟାନ୍ସ ରିଅଲିଟି ସୋ ‘ଝଲକ ଦିଖଲାଜା ୧୧’ ରେ ପସନ୍ଦ କରୁଛନ୍ତି । ହସ୍ପିଟାଲରେ ଭର୍ତ୍ତି ହୋଇଥିବା ମନୀଷାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ମନୀଷାଙ୍କ ଫ୍ୟାନ୍ସ ମଧ୍ୟ ଏହି ଫଟୋ ସେୟାର କରିଛନ୍ତି, ଯେଉଁଥିରେ ମନୀଷାଙ୍କ ହାତରେ ଏକ ଡ୍ରପ୍ ଦେଖିବାକୁ ମିଳିଛି ।

ମନୀଷା ରାନୀଙ୍କ ଏହି ଫଟୋରେ ଆପଣ ମଧ୍ୟ ଦେଖିପାରିବେ ଯେ ଅଭିନେତ୍ରୀଙ୍କ ଅବସ୍ଥା ଅତ୍ୟନ୍ତ ଗମ୍ଭୀର ରହିଛି । ନିରନ୍ତର କାର୍ଯ୍ୟ ହେତୁ ତାଙ୍କ ସ୍ୱାସ୍ଥ୍ୟ ଏତେ ଖରାପ ହୋଇଗଲା ଯେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡିଲା । ଏହା ସହ ସ୍ୱାସ୍ଥ୍ୟ ଶୀଘ୍ର ଠିକ୍‌ ହୋଇଯିବା ପାଇଁ ପ୍ରଶଂସକମାନେ ପ୍ରାର୍ଥନା କରୁଛନ୍ତି ।
‘ବିଗ୍ ବସ୍ ଓଟିଟି ୨’ ପରଠାରୁ ମନୀଷା ରାନୀଙ୍କ ଭାଗ୍ୟ ଉଜ୍ଜ୍ୱଳ ହୋଇଛି । ବର୍ତ୍ତମାନ ସେ କେବଳ ସୋସିଆଲ ମିଡିଆ ଷ୍ଟାର ଭାବରେ ସ୍ୱୀକୃତିପ୍ରାପ୍ତ ନୁହଁନ୍ତି ବରଂ ଜଣେ ଜଣାଶୁଣା ଷ୍ଟାର ହୋଇପାରିଛନ୍ତି । ‘ବିଗ୍ ବସ୍ ଓଟିଟି ୨’ ବିଜେତା ଏଲଭିଶ ଯାଦବ ଏବଂ ରନର୍ ଅପ୍ ଅଭିଶେକ ମଲହାନଙ୍କ ସହ ତାଙ୍କର ମ୍ୟୁଜିକ୍ ଭିଡିଓ ମଧ୍ୟ ଲଞ୍ଚ ହୋଇସାରିଛି । ଏହା ସହିତ ସେ ‘ଝଲକ ଦିଖଲାଜା ୧୧‘ ରେ ନଜର ଆସୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.