Below header

ପାରିବାରିକ କଳହକୁ ନେଇ ଭଉଣୀ ଜ୍ବାଇଁର ଟାଙ୍ଗିଆ ମାଡରେ ଦେଢଶାଶୁ ଗୁରୁତର, ମେଡିକାଲରେ ଭର୍ତ୍ତି

କୁଚିଣ୍ଡାରେ ଭଉଣୀ ଜ୍ବାଇଁର ଟାଙ୍ଗିଆ ମାଡରେ ଦେଢ ଶାଶୁ ଗୁରୁତର।

କୁଚିଣ୍ଡା (କେନ୍ୟୁଜ): ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଅନ୍ତର୍ଗତ ରେଙ୍ଗାଲବେଡା ଘଟିଛି ଅଭାବନୀୟ ଘଟଣା। ସାପ୍ତାହିକ ବଜାର ଚାଲିଥିବା ସମୟରେ ପାରିବାରିକ କଳହକୁ ନେଇ ଭଉଣୀ ଜ୍ବାଇଁ କିଶୋର କଣ୍ଡରା ଏକ ଟାଙ୍ଗିଆ ଧରି ଦେଢ ଶାଶୁ ସୁକୁମା କଣ୍ଡରାଙ୍କୁ ଆକ୍ରମଣ କରି ଟାଙ୍ଗିଆରେ ମୁଣ୍ଡକୁ ହାଣିଥିଲେ। ବଜାରରେ ଭିଡ ଥିବାରୁ ଲୋକମାନେ ତାଙ୍କ ହାତରୁ ଟାଙ୍ଗିଆ ଛଡାଇ ନେଇ ଥିଲେ।

ଆକ୍ରମଣ କରି ସେଠାରୁ ପଳାଇ ଯାଇଥିଲା କିଶୋର। ଘଟଣାସ୍ଥଳରୁ ପରିବାର ଲୋକେ ଗୁରତର ଦେଢଶାଶୁ ସୁକୁମାକୁ କୁଚିଣ୍ଡା ମେଡିକାଲ ଆଣି ଭର୍ତ୍ତି କରାଯାଇ ଚିକିତ୍ସା ଜାରି ରହିଥିବା ବେଳେ ପୋଲିସ ଖବର ପାଇ ଘଟଣା ସ୍ଥଳକୁ ଯାଇ ତଦନ୍ତ କରି ଆସାମୀକୁ ଅଟକ ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.