ବିହାରରେ ମାଟ୍ରିକ୍‌ ପରୀକ୍ଷା ପାଇଁ ଦୌଡ଼! ଜାତୀୟ ରାଜପଥରେ ୨ କିମି ଦୌଡ଼ିଲେ ପରୀକ୍ଷାର୍ଥୀ

ବିହାରରେ ମାଟ୍ରିକ୍‌ ପରୀକ୍ଷା ପାଇଁ ଦୌଡ଼ିଲେ ଛାତ୍ରୀ। ଏନ୍‌ଏଚ୍‌-୨ରେ ଟ୍ରାଫିକ୍‌ ଜାମ୍‌ ହେତୁ ଛାତ୍ରୀମାନେ ବିଳମ୍ବ ନ କରି ଦୌଡ଼ି ଦୌଡ଼ି ପରୀକ୍ଷା କେନ୍ଦ୍ରରେ ପହଞ୍ଚିଥିଲେ, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ବିହାରରେ ମାଟ୍ରିକ ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଏବଂ ଜୋସ୍‌ ଦେଖିବାକୁ ମିଳୁଛି। ୨ ଦିନ ତଳେ ବିହାରର ବାଙ୍କା ଓ ନଓ୍ଵାଦା ଜିଲ୍ଲାରୁ ଏମିତି ଛାତ୍ରଛାତ୍ରୀଙ୍କର କିଛି ଫଟୋ ସାମ୍ନାକୁ ଆସିଥିଲା, ଆଉ ଏବେ କୈମୁର ଜିଲ୍ଲାରୁ ମଧ୍ୟ ମାଟ୍ରିକ ପରୀକ୍ଷାର୍ଥୀଙ୍କର ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେମାନଙ୍କ ଉତ୍ସାହ ଏବଂ ଜୋସ୍‌ ଦେଖିଲେ ଆପଣ ମଧ୍ୟ ପ୍ରଶଂସା ନ କରି ରହିପାରିବେ ନାହିଁ।

ଦୁଇ ଦିନ ତଳେ କୈମୁର ଜିଲ୍ଲାର ମୋହନିୟାରେ ୧୧ଟି ପରୀକ୍ଷା କେନ୍ଦ୍ରରେ ମାଟ୍ରିକ୍‌ ପରୀକ୍ଷା ଚାଲିଥିଲା। ଏହି ସମୟରେ ଛାତ୍ରୀମାନେ ଦୌଡ଼ି ଦୌଡ଼ି ଯାଉଥିବାର ଭିଡିଓ ଏବେ ସାମ୍ନାକୁ ଆସିଛି। ଜଣାପଡ଼ିଛି ଯେ ୧୭ ଫେବୃୟାରୀରେ ପରୀକ୍ଷା ପୂର୍ବରୁ ସହର ଏବଂ ଏନ୍‌ଏଚ୍‌-୨ରେ ଭୀଷଣ ଟ୍ରାଫିକ୍‌ ଜାମ୍‌ ଲାଗି ରହିଥିଲା। ପରିଜନଙ୍କ ସହ ଗାଡ଼ିରେ ଆସିଥିବା ଛାତ୍ରଛାତ୍ରୀମାନେ ଏହି ଜାମ୍‌ ଭିତରେ ଫସି ଯାଇଥିଲେ।

ତେବେ ଛାତ୍ରଛାତ୍ରୀମାନେ କିଛି ସମୟ ଅପେକ୍ଷା କରିବା ପରେ ଯେତେବେଳେ ଜାମ୍‌ ହଟି ନ ଥିଲା, ତ କିଛିଜଣ ରାସ୍ତାରେ ହିଁ ଦୌଡ଼ିବା ଆରମ୍ଭ କରି ଦେଇଥିଲେ। ପାଖାପାଖି ୨ କିଲୋମିଟର ପର୍ଯ୍ୟନ୍ତ ଦୌଡ଼ି ଛାତ୍ରୀମାନେ ପରୀକ୍ଷା ସେଣ୍ଟରରେ ପହଞ୍ଚିଥିଲେ। ପରୀକ୍ଷା ମିସ୍‌ ହୋଇଯିବା ଭୟରେ ଦୌଡ଼ୁଥିବା ଏହି ଛାତ୍ରୀମାନଙ୍କର ଭିଡିଓ କ୍ୟାମେରାରେ କଏଦ ହୋଇଛି। ଛାତ୍ରୀମାନଙ୍କର ଏପରି ଜୋସ୍‌ ଦେଖି ସମସ୍ତେ ସେମାନଙ୍କୁ ପ୍ରଶଂସା କରୁଛନ୍ତି। କିନ୍ତୁ ଅନ୍ୟପଟେ ଦେଖିଲେ, କେଉଁଠି ନା କେଉଁଠି ଦୁର୍ଘଟଣା ଘଟିବାର ବି ଆଶଙ୍କା ରହିଥିଲା।

ଏହି ମାମଲାରେ ସ୍ଥାନୀୟ ଲୋକମାନଙ୍କ କହିବା ହେଲା, ଭୁଲ୍‌ ରୁଟ୍‌ରୁ ଲଗାତାର ଗାଡ଼ିଗୁଡ଼ିକର ପରିଚାଳନା ହେଉଛି। ଏନ୍‌ଏଚ୍‌ଏଆଇର ଦାୟିତ୍ୱହୀନତା ଯୋଗୁ ରାସ୍ତା ଉପରେ ବାରମ୍ବାର ଟ୍ରାଫିକ୍‌ ଜାମ୍‌ ଭଳି ପରିସ୍ଥିତି ଉପୁଜୁଛି। ଏମିତିରେ ପିଲାମାନଙ୍କର ମାଟ୍ରିକ୍‌ ପରୀକ୍ଷାକୁ ନଜରରେ ରଖି ଜାମ୍‌ ହଟାଇବା ପାଇଁ ପ୍ରଶାସନ କୌଣସି ବଡ଼ ପଦକ୍ଷେପ ଗ୍ରହଣ କରିବା ଉଚିତ୍‌। କାରଣ, ଏହିପରି ରାସ୍ତାରେ ଦୌଡ଼ିଲେ ପରୀକ୍ଷାର୍ଥୀଙ୍କ ଜୀବନ ପ୍ରତି ମଧ୍ୟ ବିପଦ ରହୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.