ବୁଲେଟ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଚାଳକ ଫେରାର

ଭଦ୍ରକ କୋଠାର ଛକ ଠାରେ ବୁଲେଟ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ମୃତ ବୃଦ୍ଧ ଜଣକ ହେଲେ ଧୂଷୁରୀ ଥାନା ବାହାରବିଲ ଗ୍ରାମର ଭାଗିରଥି ଗାହାନ।

ଭଦ୍ରକ (କେନ୍ୟୁଜ): ଆରଡ଼ି ରାଜ୍ୟ ରାଜପଥର କୋଠାର ଛକ ଠାରେ ବୁଲେଟ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ମୃତ ବୃଦ୍ଧ ଜଣକ ହେଲେ ଧୂଷୁରୀ ଥାନା ବାହାରବିଲ ଗ୍ରାମର ଭାଗିରଥି ଗାହାନ। ସେ ଆଜି ସକାଳେ ଅନ୍ୟ ଜଣେ ସହଯୋଗୀଙ୍କ ସହିତ କୋଠାର ବଜାର ଠାରେ ଯାଉଥିବା ବେଳେ ଗୋଟିଏ ବୁଲେଟ ଗାଡି ତାଙ୍କୁ ଜୋରରେ ଧକ୍କା ଦେଇଥିଲା।

ସେପଟେ ବୁଲେଟ ଚାଲାକ ବୃଦ୍ଧଙ୍କୁ ଧକ୍କା ଦେଇ କେଉଁ ଆଡେ ଫେରାର ହୋଇଯାଇଛି । ତେବେ ବୃଦ୍ଧ ଜଣକ ସଂଜ୍ଞାହୀନ ହୋଇ ପଡି ଯାଇଥିଲେ। ସେଠାରେ ସ୍ଥାନୀୟ ଲୋକ ମାନେ ତାଙ୍କୁ ତୁରନ୍ତ ଭଦ୍ରକ ଡାକ୍ତରଖାନା ଆଣି ଚିକିତ୍ସା କରିଥିଲେ। ହେଲେ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଛି।ଖବର ପାଇ ଧୂଷୁରୀ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.