Below header

ଜାଲରେ ପଡିଲା ବିଶାଳକାୟ ସାର୍କ, ୨୯ ହଜାର ଟଙ୍କାରେ ହେଲା ନିଲାମ

ପଶ୍ଚିମବଙ୍ଗ ସୀମାନ୍ତବର୍ତ୍ତୀ ଦୀଘା ଉପକୂଳରେ ମତ୍ସ୍ୟଜୀବୀଙ୍କ ଜାଲରେ ପଡିଲା ବିଶାଳକାୟ ସାର୍କ ମାଛ। ଯାହାର ଓଜନ ୨ କୁଇଣ୍ଟାଲ।

ଜଳେଶ୍ଵର (କେନ୍ୟୁଜ): ଜାଲରେ ପଡ଼ିଲା ବଡ଼ମାଛ । ପଶ୍ଚିମବଙ୍ଗ ସୀମାନ୍ତବର୍ତ୍ତୀ ଦୀଘା ଉପକୂଳ ଗଭୀର ସମୁଦ୍ରରୁ ଏକ ସାର୍କ ପ୍ରଜାତିର ବିଶାଳକାୟ ମାଛ ମତ୍ସ୍ୟଜୀବୀଙ୍କ ଜାଲରେ ଲାଗିଛି। ଟ୍ରଲର ମାଲିକ ଏହି ବିଶାଳକାୟ ମାଛଟିକୁ ଦୀଘା ମୁହାଣ ମାଛ ମାର୍କେଟକୁ ବିକ୍ରି ପାଇଁ ଆଣିବା ପରେ ମାଛ ମାର୍କେଟରେ ଉକ୍ତ ମାଛର ଓଜନ ୨ କୁଇଣ୍ଟାଲ ହୋଇଥିଲା ।

କଲିକତା ଅଞ୍ଚଳର ଏକ କମ୍ପାନୀ ମାଛଟିକୁ ୨୯ ହଜାର ଟଙ୍କାରେ ନିଲାମ ଡାକି କିଣି ନେଇଥିଲେ । ବିଶାଳକାୟ ଏହି ମାଛକୁ ଦେଖିବା ପାଇଁ ସେଠାରେ ସ୍ଥାନୀୟ ଲୋକ ଏବଂ ପର୍ଯ୍ୟଟକଙ୍କ ଭିଡ ଜମିଥିଲା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.