Below header

ଧରା ପଡ଼ିଲା ଭଦ୍ରକ ସଡକ ଦୁର୍ଘଟଣାର ଅଭିଯୁକ୍ତ ଡ୍ରାଇଭର !

ଭୁବନେଶ୍ବର : ଗତ ୧୯ ତାରିଖରେ ଭଦ୍ରକରେ ଘଟିଥିଲା ଏକ ଅଭାବନୀୟ ଘଟଣା। ଜଣେ ଟ୍ରକ୍ ଚାଳକର ଭୁଲ ପାଇଁ ଚାଲିଯାଇଥିଲା ୫ଜଣ ନିରିହ ଛାତ୍ର ଛାତ୍ରୀଙ୍କ ଜୀବନ। ଏଥିରେ ସାମିଲଥିବା ଟ୍ରକ୍ ଡ୍ରାଇଭରଙ୍କୁ ଗିରଫ କରିଛି ପୋଲିସ। ଅଭୁଯୁକ୍ତର ନାମ ଭେଙ୍କଟଦ୍ରି ଜଣାପଡ଼ିଥିବା ବେଳେ ତାଙ୍କ ଘର ଆନ୍ଧ୍ରପ୍ରଦେଶର ଚିତୋର ଜିଲ୍ଲାର ଭେଙ୍ଗର ପାଲମ ବୋଲି ଜଣାପଡ଼ିଛି।

ଗତ ୧୯ ତାରିଖରେ ରାଣୀତାଲରେ ଟ୍ରକ ଧକ୍କାରେ ୫ ଜଣ ଛାତ୍ର ଛାତ୍ରୀଙ୍କ ମୃତ୍ୟୁ ଘଟିଥିଲା। ଘଟଣାରେ ଫେରାର ଅଭିଯୁକ୍ତ ଡ଼୍ରାଇଭରକୁ ଭଦ୍ରକ ଗ୍ରାମାଞ୍ଚଳରୁ ପୋଲିସ ଗିରଫ କରିଛି। ଅଭିଯୁକ୍ତ ଡ୍ରାଇଭର କହିବା ଅନୁଯାୟୀ, ବ୍ରେକ୍ ଫେଲ୍ ହେବାରୁ ଭାରସାମ୍ୟ ହରାଇ ଟ୍ରକ୍‌ଟି ପିଲାଙ୍କ ଉପରେ ମାଡ଼ି ଯାଇଥିଲା। ଟ୍ରକ୍‌ରେ ଗହମ ନେଇ ବିହାରରୁ ବେଙ୍ଗାଲୁରୁ ଯାଉଥିବା ସମୟରେ ଏହି ଅଘଟଣ ଘଟିଥିଲା।
ସୂଚନାଥାଉ କି, ଗତ ୧୯ ତାରିଖରେ ସ୍କୁଲ ପିଲାଙ୍କୁ ଧକ୍କା ଦେବା ପରେ ଡ୍ରାଇଭର ଓ ହେଲ୍‌ପର୍‌ ଫେରାର ହୋଇ ଯାଇଥିଲେ।  ଏଥିରେ ୫ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ ୬ ଜଣ ଆହତ ହୋଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.