Below header

ଦିନେ ଭାବିଥିଲା କାମ କରି ବାପା ମାଆଙ୍କ ସେବା କରିବି, କିନ୍ତୁ ଆଜି ସେ ନିଜେ ଖୋଜୁଛି ସାହାରା

ଦିନ ମଜୁରିଆ ବିଜୟ ବେହେରାଙ୍କ ପୁଅ ମିଥୁନ ବେହେରା । ବୟସ ୧୯ ହେବ । ସେ 3 ବର୍ଷ ତଳେ ଦଶମ ପାସ କରିବା ପରେ ସ୍ଥାନୀୟ ଏକ ଗ୍ରୋସରୀ ଦୋକାନରେ କାମ କରି ବୃଦ୍ଧା ବାପା ଓ ମାଆଙ୍କ ସେବା କରିବ ବୋଲି ସ୍ବପ୍ନ ଦେଖୁଥିଲେ । ହେଲେ ଭଗବାନ ଭାରି ନିଃସ୍ତୁର ହୋଇଗଲେ ।

ଭଦ୍ରକ (କେନ୍ୟୁଜ) : ମନରେ ଭାବିଥିଲା ବୁଢା ବାପା ଓ ମାଆ ଙ୍କ ସେବା କରିବି, ହେଲେ ଦଇବ ଦୁଃଖର ପାହାଡ଼ ଭିତରେ ଠେଲି ଦେଲା । ଆଜି ସେହି ବୁଢା ବାପା ଓ ମାଆ ପୁଅର ସେବା କରୁଛନ୍ତି । ଏହିଭଳି ଏକ ହୃଦୟ ସ୍ପର୍ଶି ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାରେ । ଯାହା ଥିଲା ସବୁ ବିକି, ଭାଙ୍ଗି ଦେଇ ପୁଅର ଚିକିତ୍ସା କରିଥିଲେ ମଧ୍ୟ ପୁଅ ଭଲ ହୋଇ ପାରିଲା ନାହିଁ । ଶେଷରେ ୧୯ ବର୍ଷିଆ ପୁଅ ସୋସିଆଲ ମିଡ଼ିଆରେ ନିଜର ଚିକିତ୍ସା ପାଇଁ ସାହାଯ୍ୟ ମାଗିବା ପାଇଁ ଅନୁରୋଧ କରିଲେ । ଯାହାକୁ ଦେଖି ବିଭିନ୍ନ ସୋଚ୍ଛାସେବୀ ସଂଗଠନ ପହଞ୍ଚି ପିଲାଟିକୁ ଘରୁ ଆଣି ମେଡିକାଲରେ ପହଞ୍ଚାଇଛନ୍ତି ।

ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅଧିନସ୍ଥ ଧାମରା କରଞ୍ଜମାଳ ଅଞ୍ଚଳର ଦିନ ମଜୁରିଆ ବିଜୟ ବେହେରାଙ୍କ ପୁଅ ମିଥୁନ ବେହେରା । ବୟସ ୧୯ ହେବ । ସେ 3 ବର୍ଷ ତଳେ ଦଶମ ପାସ କରିବା ପରେ ସ୍ଥାନୀୟ ଏକ ଗ୍ରୋସରୀ ଦୋକାନରେ କାମ କରି ବୃଦ୍ଧା ବାପା ଓ ମାଆଙ୍କ ସେବା କରିବ ବୋଲି ସ୍ବପ୍ନ ଦେଖୁଥିଲେ । ହେଲେ ଭଗବାନ ଭାରି ନିଃସ୍ତୁର ହୋଇଗଲେ । ଦୋକାନରେ ୩ ମାସ କାମ କରିବା ଭିତରେ ହଠାତ୍ ମୁଣ୍ଡ ବିନ୍ଧିବା ଓ ବାନ୍ତି ପରେ କ୍ରମଶଃ ଦୁଇ ଗୋଡ଼ ଦୁର୍ବଳ ହୋଇ ଥରିଲା । ପାଦରେ ଛିଡ଼ା ହୋଇପାରିଲେ ନାହିଁ । ଆଖି ଡ଼ୋଳାରେ ପରିବର୍ତ୍ତନ ଦେଖାଦେଲା । ପାଟିରୁ ଲାଳ ବାହାରିଲା । ବାପା ଅତ୍ୟନ୍ତ ଗରିବ ହୋଇଥିବାରୁ ଚିକିତ୍ସା ଠିକ ଭାବରେ କରିପାରିଲେ ନାହିଁ ମିଥୁନର । କଟକ ବଡ ମେଡିକାଲକୁ ଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ଘରକୁ ପଠାଇଦେଲେ । ଶେଷରେ ମିଥୁନ ୩ ବର୍ଷ ହେବ ଘରେ ବିଛଣାରେ ପଡ଼ି ରହିଛନ୍ତି । ଆବଶକୀୟ ଅର୍ଥ ନ ଥିବାରୁ ତାର ଚିକିତ୍ସା କରି ପାରୁ ନ ଥିବା ମିଥୁନର ବାପା ଓ ଭଉଣୀ କହିଛନ୍ତି ।

ସେହିପରି ଏହି ପିଲାଟି ସୋସିଆଲ ମିଡ଼ିଆରରେ ନିଜ ଚିକିତ୍ସା ପାଇଁ ସାହାଯ୍ୟ ଭିକ୍ଷା କରୁଥିବା ଭିଡିଓ ଦେଖି ସାଙ୍ଗେ ସାଙ୍ଗେ ଯୋଗାଯୋଗ କରିଥିଲେ ଜିଲ୍ଲାର ଅଗ୍ରଣୀ ସୋଚ୍ଛାସେବୀ ସଂଗଠନ ଜୀବନ ଜ୍ୟୋତି ସଂଗଠନ । ତାଙ୍କ ଘରେ ପହଞ୍ଚି ପିଲା ଟିର ଉତ୍ତମ ଚିକିତ୍ସା ପାଇଁ ଭଦ୍ରକ ଜିଲ୍ଲାପାଳଙ୍କ ସହ ଯୋଗାଯୋଗ କରିଥିଲେ । ଏକ ଆମ୍ବୁଲାନ୍ସରେ ପିଲାଟିକୁ ଧରି ଭଦ୍ରକ ମେଡିକାଲରେ ପହଞ୍ଚିଥିଲେ । ସେଠାରେ ପିଲାଟିର ଚିକିତ୍ସା କରାଯାଉଛି । ଏପରିକି ତାର ଭିନ୍ନକ୍ଷମ ପ୍ରମାଣ ପତ୍ର ନ ଥିଲା, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ତାର ଭିନ୍ନକ୍ଷମ ପ୍ରମାଣ ପତ୍ର କରାଇଛନ୍ତି । ଏବଂ ଅଧିକ ଚିକିତ୍ସା ପାଇଁ ତାଙ୍କୁ କଟକ ବଡ଼ ଡାକ୍ତରଖାନା ପଠା ଯିବାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି । ସେହିପରି ଏହି ଯୁବକଙ୍କୁ ସାହାଯ୍ୟର ହାତ ବଢ଼ାଇଥିବା ଜୀବନ ଜ୍ୟୋତି ସଂଗଠନ ସମସ୍ତ ପ୍ରକାରର ସହଯୋଗ କରିବ ବୋଲି କହିଛନ୍ତି ସଦସ୍ୟ ।

ତେବେ କହିବାକୁ ଚାହିଁବୁ ଯେ ମିଥୁନ ଏମିତି ପୂର୍ବରୁ ନଥିଲା । ବୋଧହୁଏ ଭାଗ୍ୟରେ ଏମିତି କିଛି ଥିଲା । ଆପଣ ବି ମିଥୁନଙ୍କୁ ସାହାଯ୍ୟ କରି ତାର ଭବିଷ୍ୟତକୁ ସଜାଡିପାରିବେ । ଆଉ ଶେଷରେ ଏତିକି କହିବୁ ଯେ ମିଥୁନ୍‌ କେମିତି ସୁସ୍ଥ ହୋଇ ଫେରିଆସୁ ଆପଣ ସମସ୍ତେ ପ୍ରାର୍ଥନା କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.