Below header

ଏହି ଦମ୍ପତିଙ୍କ ଆଗରେ ହାର୍‌ ମାନିଛି ବୟସ, ଏବେ ପର୍ଯ୍ୟନ୍ତ ବୁଲେଟରେ ବୁଲିସାରିଲେଣି ୨୨ ଦେଶ

ବୟସକୁ କିଏ ପଚାରେ, ତମେ ଅଛ ତ ସବୁ ଅଛି । ତୁମକୁ କଣ ଛାଡି ମୁଁ ଏକା କୁଆଡେ ଯାଇପାରିବି । ସେଥିପାଇଁ ଯୋଉଠି ତୁମେ ସେଇଠି ମୁଁ । ସାରା ଦୁନିଆ ଦେଖିବ ଆମ ପ୍ରେମ ଆମ ଭଲପାଇବାକୁ । ଆଉ ଆମେ ସାଜିବା ଆଜିର ସ୍ୱାର୍ଥପର ଦୁନିଆର ସମସ୍ତଙ୍କ ପାଇଁ ଉଦାହରଣ ।

ଭଲ ସାଥିଟିଏ ମିଳିଗଲେ ଜୀବନ ଜିଇଁବା ସହଜ ହୋଇଯାଏ । ଜୀବନରେ ସବୁକିଛି ମିଳିଗଲା ଭଳି ଲାଗେ । ସାଥିଙ୍କ ଖୁସି ସାଥିଙ୍କ ସହ ସମୟ ବିତାଇବା ଏଇସବୁ କେବଳ ଇଚ୍ଛା ଥାଏ । ଏହି ଦମ୍ପତିଙ୍କୁ ଦେଖିଲେ ଆପଣ ବି କହିବେ ୟାକୁ ହିଁ କୁହନ୍ତି ପ୍ରକୃତ ଜୀବନ ଆଉ ପ୍ରକୃତ ଜୀବନସାଥି । ଆପଣ ଯେଉଁ ଏହି ଦମ୍ପତିଙ୍କୁ ଦେଖୁଛନ୍ତି ଏମାନଙ୍କୁ ଦେଖିଲେ ଜାଣିପାରିବେ ଯେ ଅର୍ଦ୍ଧାଙ୍ଗିନୀର ବାସ୍ତବ ଅର୍ଥ କଣ । ଆଉ ସାଥିଟିଏ ବିନା କେମିତି ସାଥି ବି ଅଧୁରା ଆପଣ ୟାଙ୍କ କାହାଣୀ ଶୁଣିଲେ ବୁଝିପାରିବେ ।

ବୟସକୁ କିଏ ପଚାରେ, ତମେ ଅଛ ତ ସବୁ ଅଛି । ତୁମକୁ କଣ ଛାଡି ମୁଁ ଏକା କୁଆଡେ ଯାଇପାରିବି । ସେଥିପାଇଁ ଯୋଉଠି ତୁମେ ସେଇଠି ମୁଁ । ସାରା ଦୁନିଆ ଦେଖିବ ଆମ ପ୍ରେମ ଆମ ଭଲପାଇବାକୁ । ଆଉ ଆମେ ସାଜିବା ଆଜିର ସ୍ୱାର୍ଥପର ଦୁନିଆର ସମସ୍ତଙ୍କ ପାଇଁ ଉଦାହରଣ ।

ଅନେକ ଲୋକ ଅଛନ୍ତି ଯେଉଁମାନେ ବୁଲିବାକୁ ଖୁବ ଭଲ ପାଆନ୍ତି। ଏହି କ୍ରମରେ ଅନେକ ଦମ୍ପତି ଅଛନ୍ତି ଯେଉଁମାନେ ନିଜ ରୋଜଗାରର ସମସ୍ତ ଟଙ୍କାକୁ କେବଳ ଭ୍ରମଣ ପାଇଁ ହିଁ ଖର୍ଚ୍ଚ କରିଥାଆନ୍ତି। କିଛିଦିନ ହେବ ବୁଲେଟ କପୁଲଙ୍କୁ ନେଇ ଚର୍ଚ୍ଚା ‌ଜୋର ଧରିଛି। ଏହି ଦମ୍ପତିଙ୍କ ନାମ ଯୋଗେଶ୍ୱର ଭଲ୍ଲା ଓ ସୁଷମା ଭଲ୍ଲା ବୋଲି ଜଣାପଡ଼ିଛି। ଯୋଗେଶ୍ବରଙ୍କ ବୟସ ୭୫ବର୍ଷ ଥିବା ବେଳେ ସୁଷମାଙ୍କ ବୟସ ୭୧ବର୍ଷ ରହିଛି।

ଏଭଳି ପରିଣତ ବୟସରେ ଦମ୍ପତି ଏବେ ପର୍ଯ୍ୟନ୍ତ ୨୨ରୁ ଅଧିକ ଦେଶ ବୁଲି ସାରିଲେଣି । ଯୋଗେଶ୍ୱର ଓ ସୁଷମା ପ୍ରଥମେ ନିଜ ପରିବାର ସହିତ ବୁଲିବାକୁ ଯାଉଥି‌ଲେ। କିନ୍ତୁ ଅବସର ନେବା ପରେ ବୁଲିବାକୁ ନିଜ ଜୀବନର ଏକ ଅଂଶ ଭାବେ ଆପଣାଇ ନେଇଛନ୍ତି।

ଅବସର ନେବା ପରେ ‌ଯୋଗେଶ୍ୱର ଭଲ୍ଲାଙ୍କ ରୋମାଞ୍ଚକର ଯାତ୍ରା ୨୦୧୧ ମସିହାରୁ ବେନିସରୁ ଆରମ୍ଭ ହୋଇଥିଲା। ଯୋଗେଶ୍ୱର ଭ୍ରମଣ ଖର୍ଚ୍ଚ ନିଜ ସେଭିଂ ଆକାଉଣ୍ଟ ଓ ପେନସନ ଟଙ୍କାକୁ ମିଶାଇ କରିଥାଆନ୍ତି। ଏହି ବୃଦ୍ଧ ଦମ୍ପତି ଏଯାବତ ବେଲଜିୟମ, ଭୁଟାନ, ଦୁବାଇ, ଜର୍ମାନ, ରୋମ, ସୁଇଜରଲ୍ୟାଣ୍ଡ, ତୁର୍କି ସମେତ ୨୨ରୁ ଅଧିକ ଦେଶ ଭ୍ରମଣ କରି ସାରିଛନ୍ତି। କେବଳ ଏତିକି ଦୁହେଁ, ‌ଯୋଗେଶ୍ବର ଭଲ୍ଲା ଦିଲ୍ଲୀର ଏକ ବାଇକର୍ସ ଗ୍ରୁପର ସଦସ୍ୟ ରହିଛନ୍ତି। ଯେଉଁଠାରେ ସେ ଅନେକ ଯୁବକଙ୍କ ସହିତ ମିଶି ଦିଲ୍ଲୀ ଓ ଆଖପାଖ ସ୍ଥାନ ବୁଲି ଥାଆନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.