Below header

ରାୟଗଡ଼ା: ଆସି ଯାଇଛି ବର୍ଷା, ନାଗାବଳୀ ନଦୀକୁ ନେଇ ଆତଙ୍କିତ ଗ୍ରାମବାସୀ

ରାୟଗଡ଼ା(କେନ୍ୟୁଜ୍): ନାଗାବଳୀ ନଦୀକୁ ନେଇ ଭୟରେ ନଈକୂଳିଆ ଲୋକ । ପ୍ରତିବର୍ଷ ନଦୀରେ ବନ୍ୟା ଆସି ଲୋକଙ୍କ ଧନଜୀବନ ନଷ୍ଟ ହେଉଛି । ଜଳସମ୍ପଦ ବିଭାଗ ଆଡ଼ିବନ୍ଧ ନିର୍ମାଣ କରୁନଥିବା ଲୋକେ ଅଭିଯୋଗ କରିଛନ୍ତି । ଏବେ ବର୍ଷା ଦିନ ଆସି ଯାଇଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ମୌସୁମୀ ଆସିଲା ପରେ ଚିନ୍ତାରେ ଚାଷୀ । କୂଳ ଖାଉଛି ନାଗାବଳୀ ନଦୀ, ପ୍ରତି ବର୍ଷ ବନ୍ୟାଜଳ ପଶି ଧନ ଜୀବନ ନଷ୍ଟ କରୁଛି । ଲୋକେ ଆତଙ୍କିତ ଅବସ୍ଥାରେ କାଳାତିପାତ କରୁଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ସେପରି କିଛି ଠୋସ୍‌ ପଦକ୍ଷେପ ଗ୍ରହଣ କରା ଯାଉନଥିବା ଅଭିଯୋଗ ହୋଇଛି । ରାୟଗଡ଼ା ଜିଲ୍ଲା ସଦର ବ୍ଲକର ଜଗନ୍ନାଥପୁର, ବେଡେଲି, ଗୁସେଇଁକଣ୍ଟୁଆ ଓ ବେହେରାଗୁଡ଼ା ପରି ୧୦ ଖଣ୍ଡ ଗାଁ ପ୍ରତି ବିପଦ ଘନେଇଛି । ବାରମ୍ବାର ଲୋକେ ଏପରି ବିପଦର ସାମ୍ନା କରୁଥିବା ବେଳେ ଜଳସମ୍ପଦ ବିଭାଗ ଆଡ଼ିବନ୍ଧ ନିର୍ମାଣ କରୁନଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଖୁବଶୀଘ୍ର ଲୋକଙ୍କ ସମସ୍ୟା ସମାଧାନ କରାଯିବ ବୋଲି ଜିଲ୍ଲାପ୍ରସାସନ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.