Below header

ଖୋଲୁଛି କ୍ୟାମେରାମ୍ୟାନ୍‌ ହତ୍ୟା ଘଟଣାର ଗୁମର: ଅଭିଯୁକ୍ତଙ୍କ ଠାରୁ ସତ ବାହାର କରୁଛି କ୍ରାଇମବ୍ରାଞ୍ଚ, ଆଜି ରିମାଣ୍ଡର ଦ୍ୱିତୀୟ ଦିନ

ଭୁବନେଶ୍ୱର (କେନ୍ୟୁଜ): ଖୋଲୁଛି କ୍ୟାମେରମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟାକାଣ୍ଡର ଗୁମର। ଗୋଟିଏ ପରେ ଗୋଟେି ସତ ଉଗାଳିବା ଆରମ୍ଭ କରିଛନ୍ତି ଅଭିଯୁକ୍ତ। ପ୍ରଥମ ଦିନରେ ୭ଘଣ୍ଟାର ମାରାଥନ୍‌ ଜେରା କରିଥିଲା କ୍ରାଇମବ୍ରାଞ୍ଚ। ଶର୍ମିଷ୍ଠା ସମେତ ୪ ଅଭିଯୁକ୍ତ ଙ୍କୁ ଜେରା କରିବା ପାଇଁ ୧୬ ଜଣଙ୍କୁ ନେଇ ଗଠିତ ହୋଇଛି ୪ଟି ଚିମ୍‌। ଫେବୃୟାରୀ ୭ ତାରିଖରେ ମାନସଙ୍କୁ ଅପହରଣ କରାଯାଇଥିବାବେଳେ ଘଟଣାର ୩ ଦିନ ପୂର୍ବରୁ ରଚାଯାଇଥିଲା ଷଡଯନ୍ତ୍ର।

ଅପହରଣ ପରେ କାରର ଭୁବନେଶ୍ୱର ଅଣାଯାଇଥିବାବେଳେ ରାସ୍ତାରେ ନିସ୍ତୁକ ମାଡ ମରାଯାଇଥିଲା। ତେବେ କ୍ୟାମେରା ଚିପ୍‌ ପାଇଁ ଏହି ଅପହରଣ ହୋଇଥିବାବେଳେ ଚିପ୍‌କୁ ଶର୍ମିଷ୍ଠା ରାଉତ ମାନସ ଠାରୁ ହାତେଇ ଥିବା ସ୍ପଷ୍ଟ ହୋଇଛି। ତେବେ ଚିପ୍‌ ପାଇବା ପରେ ପୁଣି କାହିଁକି ମାନସଙ୍କୁ ହତ୍ୟା କରାଗଲା ସେ ଉପରେ ଫକସ୍‌ କରୁଛି କ୍ରାଇମବ୍ରାଞ୍ଚ ଟିମ୍‌। କ୍ରାଇମବ୍ରାଞ୍ଚର ବରିଷ୍ଠ ଅଧିକାରୀଙ୍କ ପ୍ରଶ୍ନବାଣରେ ଭୋ ଭୋ କାନ୍ଦି ପକାଇଥିଲେ ଶର୍ମିଷ୍ଠା । ଚାରି ଜଣଙ୍କୁ ଆଜି ଅଲଗା ଅଲଗା ଜେରା ହୋଇଛି । ଆଗକୁ ମୁହାଁମୁହିଁ ଜେରା ହୋଇପାରେ । ଘଟଣାରେ ଖୋଲିବ ଶର୍ମିଷ୍ଠା ନିରଞ୍ଜନ ନିବିଡତାର କାହାଣୀ। କ୍ରାଇମସିନ୍‌ ରିକ୍ରିଏସନ୍‌ କରିବ କ୍ରାଇମବ୍ରାଞ୍ଚ । ୫ ଦିନିଆ ରିମାଣ୍ଡରେ ଯାଇଛନ୍ତି ଶର୍ମିଷ୍ଠାଙ୍କ ସମେତ ୪ ଅଭିଯୁକ୍ତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.