Below header

ଗ୍ରୀନ୍‌ କ୍ରାକରକୁ ମିଳିଲା ଅନୁମତି, ଜିଲ୍ଲାପାଳ ଓ ଏସପିଙ୍କ ସହ ଆଲୋଚନା କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର(କେ ନ୍ୟୁଜ): ଦୀପାବଳିରେ ରାଜ୍ୟରେ କେବଳ ଗ୍ରୀନ୍‌ କ୍ରାକର ବିକ୍ରି ଓ ଫୁଟାଯାଇପାରିବ । ନିର୍ଦ୍ଦେଶନାମାକୁ କଡ଼ାକଡ଼ି ପାଳନ ନେଇ ସବୁ ଜିଲ୍ଲାପାଳ ଓ ଏସପିଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଭିଡିଓ କନଫରେନ୍ସିଂରେ ଆଲୋଚନା କରିଛନ୍ତି । ଯେଉଁ ବ୍ୟବସାୟୀମାନେ ସବୁଜ ବାଣ ବିକ୍ରି କରିବେ ସେମାନେ ଜିଲ୍ଲାପାଳ ଓ ପୋଲିସ କମିଶନଙ୍କଠାରୁ ଅନୁମତି ଆଣିବେ। କେବଳ ପେସୋ ମାନ୍ୟତାପ୍ରାପ୍ତ କ୍ରାକର ବିକ୍ରି ଓ ଫୁଟା ଯାଇପାରିବ । ସବୁଜ ବାଣର ବିକ୍ରି ବିକ୍ଷିପ୍ତ ଭାବରେ କୌଣସି ସ୍ଥାନରେ ହୋଇପାରିବ ନାହିଁଁ। ତେବେ ଏବେ ପ୍ରଶ୍ନ ଉଠୁଛି ଏତେ ସବୁ କଟକଣା ଭିତରେ ସବୁଜ ବାଣି ବିକ୍ରି ହୋଇପାରିବ କି। ଗତକାଲି ବୈଠକରେ ମୁଖ୍ୟ ସଚିବଙ୍କ ସହ ପୋଲିସ ଡିଜି ଓ ସ୍ୱତନ୍ତ୍ର ରିଲିଫ୍‌ କମିଶନର ଉପସ୍ଥିତ ଥିଲେ।

ଚଳିତ ବର୍ଷ ମଧ୍ୟ କରୋନା ପାଇଁ ବାଣ ଫୁଟା ଉପରେ କଟକଣା ଜାରି କରାଯାଇଛି। ସବୁଜ ବାଣକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର। ହେଲ ଏବେ ଚିନ୍ତା ସବୁଜ ବାଣ ଆସିବ କେଉଁଠୁ? ବଜାରରେ ଏଯାଏଁ ଦେଖିବାକୁ ମିଳୁନି ବାଣର ପସରା। ସେପଟେ ହୋଲ୍‌ସେଲ୍‌ କି ଖୁଚୁରା ଦୋକାନ ବି ଖୋଲିନି। ବାଣର ପେଣ୍ଠସ୍ଥଳୀ ଜଟଣୀ ବଜାର ବି ଖାଁ ଖାଁ। କାଁ ଭାଁ ଲୁଚାଛପାରେ ଯେଉଁ ବାଣ ବିକ୍ରି ହେଉଛି ସେ ବି ପୁରୁଣା । ଗ୍ରାହକ ମାନଙ୍କ ମନରେ ଦ୍ୱନ୍ଦ୍ୱ ସବୁଜ ବାଣ ଚିହ୍ନିବୁ କେମିତି । ସେପଟେ ଦୋକାନୀଙ୍କ ଚିନ୍ତା ଗୋଟିଏ ଦିନ ଭିତରେ ଲାଇେସେନ୍‌ସ କିଭଳି ମିଳିବ। ସବୁଜ ବାଣ ଆଣିବୁ କେଉଁଠୁ । ଆଉ ବାଣ ବିକ୍ରି ହେବ କଣ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.