Below header

ଧରାପଡ଼ିଲା ସାଇବର କ୍ରାଇମ୍ ଗ୍ୟାଙ୍ଗ, ସିମ୍ କାର୍ଡ଼ କରୁଥିଲେ ବିକ୍ରି ମାଡ଼ିବସିଲା ପୋଲିସ

କେନ୍ଦୁଝର ପୋଲିସ କବଜାରେ ୪ ଜଣିଆ ସାଇବର କ୍ରାଇମ୍ ଗ୍ୟାଙ୍ଗ । ସେମାନଙ୍କ ନିକଟରୁ ୫ଶହ ୩୮ଟି ସିମ୍, ୧୮ଟି ମୋବାଇଲ୍ ଫୋନ, ୫ଟି ବାୟୋମେଟ୍ରିକ୍ ସ୍କାନର, ୨୫ଟି ଏଟିଏମ୍ କାର୍ଡ, ୫ଟି ଆଇଡି କାର୍ଡ, ଗୋଟିଏ ଲାପଟପ୍, ୭ଟି ପାସ୍ ବୁକ୍, ୧୮୫ଟି ଫଟୋ ଓ ୫ ହଜାର ୭୧ ଟଙ୍କା ଜବତ ହୋଇଛି ।

କେନ୍ଦୁଝର : କେନ୍ଦୁଝର ପୋଲିସ କବଜାରେ ୪ ଜଣିଆ ସାଇବର କ୍ରାଇମ୍ ଗ୍ୟାଙ୍ଗ । ସେମାନଙ୍କ ନିକଟରୁ ୫ଶହ ୩୮ଟି ସିମ୍, ୧୮ଟି ମୋବାଇଲ୍ ଫୋନ, ୫ଟି ବାୟୋମେଟ୍ରିକ୍ ସ୍କାନର, ୨୫ଟି ଏଟିଏମ୍ କାର୍ଡ, ୫ଟି ଆଇଡି କାର୍ଡ, ଗୋଟିଏ ଲାପଟପ୍, ୭ଟି ପାସ୍ ବୁକ୍, ୧୮୫ଟି ଫଟୋ ଓ ୫ ହଜାର ୭୧ ଟଙ୍କା ଜବତ ହୋଇଛି । ଅଭିଯୁକ୍ତମାନେ ହେଲେ ଘଷିପୁରା ଥାନା ଅଞ୍ଚଳର ରାଜ କିଶୋର ଜେନା, ତପନ କୁମାର ଜେନା, ସୁବ୍ରତ କୁମାର ଜେନା ଓ ରାମଚନ୍ଦ୍ରପୁର ଥାନା ଅଞ୍ଚଳର ପ୍ରଦୀପ କୁମାର ମିଶ୍ର । ମୁଖ୍ୟ ଅଭିଯୁକ୍ତ ରାଜକିଶୋର ଜେନା ନାଁରେ ବିଭିନ୍ନ ରାଜ୍ୟରେ ୩ ଶହରୁ ଉର୍ଦ୍ଧ୍ବ ମାମଲା ରହିଛି । ପ୍ରତି ସିମ୍ କାର୍ଡ଼କୁ ୪ ରୁ ୫ ହଜାର ଟଙ୍କାରେ ସେମାନେ ବାହାର ରାଜ୍ୟ ସାଇବର୍ ଠକଙ୍କୁ ବିକ୍ରି କରୁଥିବା ନେଇ ଏସପି ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.