Below header

ଢିଙ୍କିଆରେ ସ୍ଥିତି ଅନୁଧ୍ୟାନ କରିବାକୁ ଆସିଥିଲେ ୧୩ ରାଜନୈତିକ ଦଳର ପ୍ରତିନିଧି, ଫେରାଇ ଦେଲେ ଗାଁ ଲୋକ

ପାରାଦ୍ବୀପ(କେନ୍ୟୁଜ୍): ଜଗତସିଂହପୁର ଜିଲ୍ଲା ଢିଙ୍କିଆରେ ସ୍ଥିତି ଅନୁଧ୍ୟାନ କରିବାକୁ ଆସିଥିବା ୧୩ଟି ରାଜନୈତିକ ଦଳର ପ୍ରତିନିଧିଙ୍କୁ ଫେରାଇ ଦେଲେ ପ୍ରକଳ୍ପ ସପକ୍ଷବାଦୀ। ଶତାଧିକ ଗାଁ ଲୋକଙ୍କ ବିରୋଧ ଫଳରେ ଫେରିବାକୁ ବାଧ୍ୟ ହୋଇଛନ୍ତି ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ । ଜଗତସିଂହପୁର ଜିଲ୍ଲା ଢିଙ୍କିଆ ପ୍ରସ୍ତାବିତ ଜିନ୍ଦଲ ପ୍ରକଳ୍ପକୁ ନେଇ ଚର୍ଚ୍ଚାରେ ରହିଛି । ଗତ ଜାନୁଆରୀ ୧୪ରେ ପୋଲିସର ଦମନଲୀଳା ପ୍ରସଙ୍ଗରେ ଢିଙ୍କିଆ ଚାରିଦେଶର ଜନସାଧାରଣ ମାନବାଧିକାର ଅଧିକାର ଉଲ୍ଲଂଘନ କରାଯାଉଥିବା ଅଭିଯୋଗ ଆଣି ସ୍ଥିତି ପରଖିବାକୁ ଆଜି ଆସିଥିଲେ ୧୩ଟି ରାଜନୈତିକ ଦଳର ପ୍ରତିନିଧି ।

ସେମାନଙ୍କ ମିଳିତ ଗସ୍ତକୁ ତୀବ୍ର ବିରୋଧ କରିଛନ୍ତି ଢିଙ୍କିଆ ବାସିନ୍ଦା । ବିଗତ ଦିନରେ ଅନେକ ଘଟଣା ଦୁର୍ଘଟଣା ପାଇଁ ବାହାର ନେତା ଦାୟୀ ବୋଲି ସେମାନେ ଅଭିଯୋଗ କରିଛନ୍ତି । ଢିଙ୍କିଆରେ ଶାନ୍ତି ଫେରିଆସିବା ପରେ କଣ ପାଇଁ ବାହାର ନେତା ଏଠାକୁ ଆସିଛନ୍ତି ବୋଲି ସେମାନେ କହିଛନ୍ତି । ଅନ୍ୟପଟେ କମ୍ପାନୀ ଲୋକ ଲଗାଇ ବିରୋଧ କରୁଥିବା ଅଭିଯୋଗ କରିଛନ୍ତି ନେତା। ଯାହାକୁ ନେଇ ଗଣତାନ୍ତ୍ରର କଣ୍ଠରୋଧ କରାଯାଉଥିବା ଅଭିଯୋଗ କରିଛନ୍ତି ମିଳିତ ବିରୋଧୀ ଦଳର ପ୍ରତିନିଧି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.