ନୟାଗଡ଼ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ନିର୍ବାଚିତ ଜନ ପ୍ରତିନିଧିଙ୍କୁ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ସମ୍ବର୍ଦ୍ଧନା

ନୟାଗଡ଼(କେନ୍ୟୁଜ୍):  ନୟାଗଡ଼ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ସମସ୍ତ ନିର୍ବାଚିତ ଜନ ପ୍ରତିନିଧିଙ୍କୁ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ସ୍ୱାଗତ ଓ ସମ୍ବର୍ଦ୍ଧନା । ଦଶପଲ୍ଲା, ଗଣିଆ ଓ ନୂଆଗାଁ ବ୍ଲକରେ ପଞ୍ଚାୟତ ନିର୍ବାଚନରେ ବିଜୟୀ ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ, ବ୍ଲକ ଅଧକ୍ଷ ଓ ଅଧ୍ୟକ୍ଷା, ଦଶପଲ୍ଲା ଏନଏସିରେ ନିର୍ବାଚିତ ଉପାଧ୍ୟକ୍ଷ ଓ କାଉନସିଲରଙ୍କୁ ସ୍ୱାଗତ କରିଥିଲେ ଡ. ସାମନ୍ତ ।

ଦଶପଲ୍ଲା କୁଆଁରିଆ ଡ୍ୟାମ ପରିସରରେ ଅନୁଷ୍ଠିତ ସାଧାରଣ ସଭାରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଉପସ୍ଥିତ ଥିଲେ । ସ୍ଥାନୀୟ ଅଞ୍ଚଳ ବାସିନ୍ଦାଙ୍କ ସୁବିଧା ପାଇଁ ଡ. ସାମନ୍ତ ଏକ ଆମ୍ବୁଲାନ୍ସ ଗାଡି ପ୍ରଦାନ କରିଛନ୍ତି । ଦଶପଲ୍ଲାରେ ଖୁବଶୀଘ୍ର ୨୦୦ ବେଡ୍‌ ବିଶିଷ୍ଟ ହସ୍ପିଟାଲ ଓ କିସର ଏକ ଶାଖା ଖୋଲିବା ନେଇ କହିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.