Below header

ତୁମ ଝିଅ ଆତ୍ମହତ୍ୟା କରିଦେଇଛି ତୁରନ୍ତ ଆସ, ବାପ ଘର ଲୋକ ପହଁଚିଲାବେଳକୁ ସବୁକିଛି ହୋଇଯାଇଛି ଶେଷ

ସୁବର୍ଣ୍ଣପୁର ( କେନ୍ୟୁଜ) : ରଶ୍ମିତାଙ୍କ ପ୍ରାଣବାୟୁ ଉଡିଯାଇଛି ଖାଲି ପଡିରହିଛି ତାଙ୍କର ନିସ୍ତେଜ ଶରୀର। ଯୌତୁକ ପାଇଁ ଶ୍ୱଶୁର ଘର ଲୋକେ ତାଙ୍କୁ ସବୁଦିନ ପାଇଁ ଚୁପ କରିଦେଇଛନ୍ତି। ଆଉ ଉଠିବେନି ଆଉ ଯୌତୁକ ପାଇଁ ନିର୍ଯାତନା ସହିବାକୁ ପଡିବନି। ଛଅ ଖଣ୍ଡ କାଠରେ ମଶାଣୀକୁ ଯିବ ରଶ୍ମିତା। କିନ୍ତୁ ମାଆର ଆଉ ସ୍ନେହ ପାଇବନି ପଛରେ ଛାଡି ଚାଲିଯାଇଥିବା ୪ ବର୍ଷର ପୁଅକୁ। ଯୌତୁକ ଜୁଇରେ ଜଳିଗଲା ଆଉ ଜଣେ ନବବଧୂର ଜୀବନ। ମାଆ ବସିଛି ବିବାହିତା ଝିଅ ପାଖରେ। ଭାବିଥିଲେ ଝିଅ ବାହା କରିଦେଲି ଘର ସଂସାର କରିବ ନୂଆ ଜୀବନ ଆରମ୍ଭ କରିବ କିନ୍ତୁ କନିଆଁ ବେଶରେ ଶାଶୂ ଘରକୁ ଯାଇଥିବା ରଶ୍ମିତା ଏବେ ସିଧା ଯିବ ମଶାଣୀ ଜୁଇକୁ।

ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ନିମ୍ନା ଗାଁରେ ବିବାହିତ ମହିଳାଙ୍କ ସଂନ୍ଦେହ ଜନକ ମୃତ୍ୟୁ। ହତ୍ୟା ଅଭିଯୋଗ ଆଣିଲେ ବାପଘର ଲୋକ । ବୌଦ୍ଧ ଜିଲ୍ଲା କଂଟାମାଳ ବ୍ଲକ ଗବଯୋର ଗାଁର ରଶ୍ମିତା ମେହେର ପାଞ୍ଚ ବର୍ଷ ତଳେ ଗତ ୨୦୧୭ ମସିହାରେ ନିମ୍ନା ଗାଁର ଅଶୋକ ମେହେରଙ୍କୁ ବାହା ହୋଇଥିଲେ। ତାଙ୍କର ଏକ ୪ବର୍ଷର ପୁଅଟିଏ ମଧ୍ୟ ଅଛି । କିନ୍ତୁ ବାହାଘର ପରଠାରୁ ରଶ୍ମିତାଙ୍କୁ ମିଳିଲା ଯୌତୁକ ନିର୍ଯାତନା।

କିନ୍ତୁ କିଏ ଜାଣିଥିଲା ଦିନେ ଏମିତି ଖବର ଆସିବ। ସକାଳୁ ସକାଳୁ ଖବର ଆସିଲା ତୁମ ଝିଅ ରଶ୍ମିତା ଆତ୍ମହତ୍ୟା କରିଦେଇଛି। ତୁରନ୍ତ ଆସ। ଏମିତି ଭାବେ ରଶ୍ମିତାଙ୍କ ମୃତ୍ୟୁ ହୋଇଯାଇଥିବାନେଇ ଶାଶୂ ଘରୁ ଆସିଲା ବାପଘରକୁ ଫୋନକଲ୍‌। ରଶ୍ମିତାଙ୍କ ବାପଘର ଲୋକ ଝିଅର ଶାଶୂ ଘର ନିମ୍ନା ଗାଁକୁ ପହଂଚିଲା ପରେ ରଶ୍ମିତାକୁ ହତ୍ୟା କରାଯାଇଥିବାନେଇ ଅଭିଯୋଗ କରିଛନ୍ତି। କାହିଁକିନା ୫ ବର୍ଷ ହେଲା ଝିଅ ସହି ସହି ଆସୁଥିଲା ନିର୍ଯାତନା। କିନ୍ତୁ ତେବେ ପୋଲିସ ପହଂଚିନଥିବାରୁ ଏଯାଏଁ ମାମାଲା ଦାୟର ହୋଇପାରିନାହିଁ କିମ୍ବା ପୋଲିସର କୌଣସି ପ୍ରତିକ୍ରୀୟା ମିଳିପାରିନାହିଁ ।

ଦିନକୁ ଦିନ ବଢ଼ି ବଢ଼ି ଚାଲିଛି ଯୌତୁକ ନିର୍ଯାତନା, ବଧୂହତ୍ୟା। କିନ୍ତୁ କେତେ ଜଣ ବଧୂ ନ୍ୟାୟ ପାଇଲେଣି। କଣ ରଶ୍ମିତାଙ୍କୁ ନ୍ୟାୟ ମିଳିବନା ନାର୍ହି ନା ସବୁ ମାମଲା ଭଳି ଏହା ମଧ୍ୟ କେବଳ ଖାତା ଖତିଆନରେ ରହିଯିବ। କଣ ଏତେ ମୂଲ୍ୟହୀନ ଝିଅମାନଙ୍କ ଜୀବନ ବଧୂମାନଙ୍କ ଜୀବନ। ଯେଉଁମାନେ ନିଜ ବୋହୂକୁ ଯୌତୁକ ପାଇଁ ନିର୍ଯାତନା ଦେଉଛନ୍ତି ସେମାନେ ବୋଧହୁଏ ଭୁଲି ଯାଉଛନ୍ତି ତାଙ୍କ ଝିଅ ବି କାହାର ବୋହୂ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.