ଆସନ୍ତା ମାସ ସୁଦ୍ଧା ବାହାହେବେ ରୋନାଲ୍ଡୋ, ବିବାହ ପୂର୍ବରୁ ୪ଟି ସନ୍ତାନର ବାପା

କ୍ରିଷ୍ଟିୟାନୋ ରୋନାଲଡୋଙ୍କୁ କିଏ ବା ନ ଜାଣେ । ଫୁଟବଲ ଜଗତର ଜଣେ ପ୍ରସିଦ୍ଧ ଷ୍ଟାର ଖେଳାଳି ଭାବେ ପରିଚିତ ପର୍ତ୍ତୃଗାଲର କ୍ରିଷ୍ଟିୟାନୋ ରୋନାଲଡୋ। ତାଙ୍କର ପ୍ରଶଂସକ ସଂଖ୍ୟା ମଧ୍ୟ ଅଧିକ।ଖେଳ ଅପେକ୍ଷା ରୋନାଲଡୋ ନିଜ ବ୍ୟକ୍ତିଗତ ଜୀବନ ପାଇଁ ଅଧିକ ଖୁବ୍ ଚର୍ଚ୍ଚିତ। ଏମିତିବି କହିହେବ ଯେ ତାଙ୍କ ରିୟଲ ଲାଇଫ ମିଷ୍ଟିରିୟସ ବୋଲି।

ସେ ତାଙ୍କ ପରିବାରକୁ ନେଇ ଖୁବ୍ ଯତ୍ନବାନ ଓ ପ୍ରୋଟେକ୍ଟିଭ। ଅନେକଙ୍କ ଧାରଣା ରହିଛି ଯେ ରୋନାଲ୍ଡୋଙ୍କ ବିବାହ ସରିଛି କିନ୍ତୁ ସେ ଏପର୍ଯ୍ୟନ୍ତ ବାହାହୋଇନାହାନ୍ତି । ହେଲେ ଆଜି ପର୍ଯ୍ୟନ୍ତ ତାଙ୍କର ଅନେକ ଗାର୍ଲଫ୍ରେଣ୍ଡ ରହିଆସିଛନ୍ତି । ଖାଲି ସେତିକି ନୁହେଁ ସେ ବିବାହ ନକରି ମଧ୍ୟ ତାଙ୍କର ୪ଟି ଛୁଆ ଅଛନ୍ତି। ତେବେ ୨୦୧୭ ମସିହାରୁ ହିଁ ତାଙ୍କର ସମ୍ପର୍କ ଗଢି ଉଠିଥିଲା ମଡେଲ ଜର୍ଜିନାଙ୍କ ସହିତ । ଏହା ପରଠୁ ହିଁ ସେ ଜର୍ଜିନାଙ୍କ ସହିତ ହିଁ ଅଛନ୍ତି ଏବଂ ସେ ତାଙ୍କୁ ଆସନ୍ତା ଦିନରେ ବିବାହ କରିବେ ବୋଲି କେବଳ ସତ ପ୍ରତିଶତ ନୁହେଁ ୧୦୦୦ ପ୍ରତିଶତ ସିଓର ବୋଲି କହିଛନ୍ତି । ତେବେ ଏହା ପୂର୍ବରୁ ତାଙ୍କର ଅନେକ ପ୍ରେମିକା ରହିଛନ୍ତି।

ronaldo
Goal.com

ତେବେ ରୋନାଲ୍ଡୋଙ୍କର ସ୍ପେନର ମଡେଲ ଜର୍ଜିନାଙ୍କ ସହ ସମ୍ପର୍କ ଗଢିଉଠିଲା ୨୦୧୭ ମସିହାରୁ। ହେଲେ ଏହା ପୂର୍ବରୁ ୨୦୧୬ ମସିହାରୁ ସେ ତାଙ୍କୁ ଡେଟିଙ୍ଗ କରୁଥିଲେ। ପୁଣି ଜର୍ଜିନା ହେଉଛନ୍ତି ଏହି ଫୁଟବଲରଙ୍କ ଚତୁର୍ଥ ଶିଶୁର ମା’। ଏମାନଙ୍କ ବ୍ୟତୀତ ରୋନାଲଡୋଙ୍କ ଆଫେୟାର୍ସ ପର୍ତ୍ତୃଗାଲର କରିନା ଫେରୋ, ସୋରାଇ କାବେ ଏମିତିକି ଭାରତର ବିପାଶା ବସୁଙ୍କ ସହ ଥିଲା ବୋଲି ଚର୍ଚ୍ଚା ହୁଏ।
ତେବେ ରୋନାଲ୍ଡୋଙ୍କ ୨୮ ବର୍ଷୀୟା ପ୍ରେମିକା ଜର୍ଜିନାଙ୍କର ପୂର୍ବରୁ ଏକ କନ୍ୟା ସନ୍ତନର ମା ହୋଇଥିବାବେଳେ ବର୍ତ୍ତମାନ ଦୁହେଁ ଆଗକୁ ତାଙ୍କର ଯାଆଁଳା ଶିଶୁ ଆଶା କରୁଛନ୍ତି। କହିବାକୁ ଗଲେ ବର୍ତ୍ତମାନ ରୋନାଲ୍ଡୋଙ୍କର ୪ଟି ସନ୍ତାନ ଅଛନ୍ତି । ତାଙ୍କ ମଧ୍ୟରୁ ଚତୁର୍ଥ କନ୍ୟା ସନ୍ତାନ ଆଲାନା ମାଟ୍ରିନାଙ୍କ ମା’ ହେଉଛନ୍ତି ଜର୍ଜିନା, ଆଲାନାଙ୍କୁ ଏବେ ୩ ବର୍ଷ।

ଏହା ପୂର୍ବରୁ ରୋନାଲ୍ଡୋ ଇଭା ମାରିଆ ଓ ମାଟେଓ ନାମରେ ଯାଆଁଳା ଝିଅ ପୁଅର ପିତା ହୋଇଥିଲେ ୨୦୧୭ ମସିହାରେ । ତେବେ ସେ ପିତୃତ୍ଵ ପ୍ରାପ୍ତ କରିଥିଲେ ସୋରୋଗେସି ମାଧ୍ୟମରେ। ଏହି ଯାଆଁଳା ଶିଶୁଙ୍କ ପୂର୍ବରୁ ମଧ୍ୟ ତାଙ୍କର ଏକ ପୁତ୍ର ସନ୍ତାନ ରହିଛି ଯିଏ କି ରୋନାଲ୍ଡୋଙ୍କର ପ୍ରଥମ ସନ୍ତାନ । ହେଲେ ଏହି ସନ୍ତାନର ମାଆ କିଏ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଏହା ତାଙ୍କର କେଉଁ ପ୍ରେମିକାର ସନ୍ତାନ ସେ ଆଜି ପର୍ଯ୍ୟନ୍ତ କହିନାହାନ୍ତି । ତେବେ ତାଙ୍କ ୧୧ ବର୍ଷୀୟ ବଡ଼ ପୁଅର ନାମ ହେଉଛି ଜୁନିଅର୍ କ୍ରିଷ୍ଟିୟାନୋ।

ronaldo
Picture Credit – Prince kalz

ବର୍ତ୍ତମାନ କ୍ରିଷ୍ଟିୟାନୋ ଓ ଜର୍ଜିନା ପ୍ରାୟ ୨୦୧୭ ମସିହାରୁ ସମ୍ପର୍କରେ ଅଛନ୍ତି। ଏବେ ତାଙ୍କର ୪ଟି ସନ୍ତାନ ଥିବା ବେଳେ ସେ ଆଉ ଦୁଇଟି ଯାଆଁଳା ସନ୍ତାନର ବାପା ହେବାକୁ ଯାଉଛନ୍ତି। ଏହା ପରେ ସେ ୬ଟି ସନ୍ତାନର ବାପା ହୋଇଯିବେ। ତେବେ ତାଙ୍କର ଇଚ୍ଛା ସେ ୭ଟି ସନ୍ତାନର ବାପା ହେବେ ବୋଲି। ବିବାହ ପୂର୍ବରୁ ହିଁ ସେ ୪ଟି ସନ୍ତାନର ବାପା ହୋଇସାରିଛନ୍ତି। ଏତେ ଜଣ ପ୍ରେମିକା ରହି ସରିବା ପରେ ବର୍ତ୍ତମାନ ସେ ତାଙ୍କର ଗାର୍ଲଫ୍ରେଣ୍ଡ ଜର୍ଜିନାଙ୍କୁ ବିବାହ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଯାହାକି ସୋସିଆଲ ମିଡିଆରେ ଏହା ବଡ଼ ଖବର ଭାବେ ବ୍ୟାପିଯାଇଛି। କାରଣ ପୂର୍ବରୁ ତାଙ୍କର ଅନେକ ପ୍ରେମିକା ରହିଥିବା ବେଳେ କେହି ବି ତାଙ୍କ ମନକୁ ଜିତି ପାରିନଥିଲେ, ସମସ୍ତେ ଟଙ୍କା ପାଇଁ ରହୁଥିଲେ ବୋଲି ସେ କହିଛନ୍ତି । ହେଲେ ସେ ବର୍ତ୍ତମାନ ଶେଷରେ ତାଙ୍କ ଗାର୍ଲଫ୍ରେଣ୍ଡ ଜର୍ଜିନାଙ୍କୁ ହିଁ ବିବାହ କରିବେ ବୋଲି ୧୦୦୦ ପ୍ରତିଶତ ଗ୍ୟାରେଣ୍ଟି ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.