ଭାରତର ପ୍ରଥମ କେ – ପପ୍ ଷ୍ଟାର ହୋଇପାରନ୍ତି ଝାରସୁଗୁଡ଼ାର ଶ୍ରେୟା
ଝାରସୁଗୁଡା (କେନ୍ୟୁଜ) : ଜବରଦସ୍ତ ଡ୍ୟାନ୍ସ ମୁଭରେ ଓଡିଆ ଝିଅ। ଅନ୍ତର୍ଜାତୀୟ ସ୍ତରରେ ପୁଣି ଥରେ ଓଡ଼ିଶାର ପରିଚୟ ଉଚ୍ଚା କରିଛନ୍ତି ଆଉ ଜଣେ ଓଡ଼ିଆ ଝିଅ ଶ୍ରେୟା ଲେଙ୍କା। ଝାରସୁଗୁଡ଼ାର ଏହି ୧୮ବର୍ଷିୟା ଝିଅ ଏବେ କେ-ପପ୍ ଆର୍ଟିଷ୍ଟ ଦୌଡ଼ରେ ରହିଛନ୍ତି। ବିଶ୍ୱର ବିଭିନ୍ନ ସ୍ଥାନରୁ ମନୋନୀତ ହୋଇଥିବା ଦୁଇଜଣ ଶ୍ରେଷ୍ଠ ଫାଇନାଲିଷ୍ଟଙ୍କ ମଧ୍ୟରେ ରହିଛନ୍ତି ଶ୍ରେୟା।
ତେବେ ସବୁଠୁ ବଡ଼ କଥା ହେଲା, କୋରିଆ ମ୍ଯୁଜିକ୍ ଲେବଲ ଡିଆର୍ ମ୍ଯୁଜିକ୍ ଦ୍ୱାରା ଶ୍ରେୟା ଏକମାତ୍ର ଏସୀୟ। ଗତ ବର୍ଷ ଡିସେମ୍ବରରୁ ଦୁଇ ମାସର ତାଲିମ୍ ଅବଧି ଆରମ୍ଭ କରିବା ପାଇଁ ଭାରତୀୟ ପ୍ରଶିକ୍ଷକ ଭାବେ ଶ୍ରେୟା ଏବଂ ବ୍ରାଜିଲର ପ୍ରଶିକ୍ଷକ ଭାବେ ଗାବ୍ରିଏଲା ଡାଲସିନ୍ଙ୍କୁ ମନୋନୀତ କରାଯାଇଥିଲା। ଶ୍ରେୟା ଜଣେ ତାଲିମପ୍ରାପ୍ତ ନୃତ୍ୟଶିଳ୍ପୀ, ଗାୟକ ଏବଂ ଯୋଗ ଅଭ୍ୟାସକାରୀ ଏବଂ ବର୍ତ୍ତମାନ ଦକ୍ଷିଣ କୋରିଆରେ କୋରିଆ ମ୍ୟୁଜିକ୍ ଲେବଲ୍ DR ମ୍ୟୁଜିକ୍ ଏଣ୍ଟରଟେନମେଣ୍ଟରେ ଗୀତ ଶିଖୁଛନ୍ତି। ଦକ୍ଷିଣ କୋରିଆରେ ରହି କୋରିଆ ଭାଷା ଶିଖିବା ସହିତ ଅନେକ ଜିନିଷ ପାଇଁ ତାଲିମ ନେଉଛନ୍ତି ଶ୍ରେୟା।
ରିପୋର୍ଟ ଅନୁଯାୟୀ ଶ୍ରେୟାଙ୍କର କେ-ପପ୍ ଷ୍ଟାର ହେବା ସେତେବେଳେ ଇଚ୍ଛା ହୋଇଥିଲା ଯେତେବେଳେ ସେ କୋରିଆ ପପ୍ ଷ୍ଟାରଙ୍କୁ ଟେଲିଭିଜନରେ ଦେଖୁଥିଲେ। ତେବେ ସୋସିଆଲ୍ ମିଡିଆ ମାଧ୍ୟମରେ ହିଁ ସେ କେ – ପପ୍ ରେ ଅଡିସନ ପାଇଁ ସୁଯୋଗ ପାଇଥିଲେ।ତେବେ ତାଙ୍କ ବିପକ୍ଷରେ ଥିବା ଗ୍ରାବିଏଲାଙ୍କୁ ସେ ହରାଇଲାପରେ ସେ ହୋଇଯିବେ ଭାରତର ପ୍ରଥମ କେ – ପପ୍ ଷ୍ଟାର । ଯାହା କେବଳ ଭାରତ ନୁହେଁ ଓଡ଼ିଶା ପାଇଁ ମଧ୍ୟ ହେବ ଗର୍ବର ବିଷୟ। ଏହି ସଫଳତା ପାଇବା ପରେ ତାଙ୍କ ପରିବାରରେ ଖୁସିର ଲହରି ଖେଳିଯାଇଛି । ଏନେଇ ଶ୍ରେୟାଙ୍କ ବାପା ଓ ମା ଙ୍କ ସହ ଆଲୋଚନା କରିଛନ୍ତି ଆମ ରିପୋର୍ଟର।