ଫେବ୍ରୁଆରୀ ୭ରୁ ଖୋଲିବ ସ୍କୁଲ କଲେଜ, ୧୪ରୁ କେଜିରୁ ସପ୍ତମ ସ୍କୁଲ ଖୋଲିବ

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ  ଫେବ୍ରୁଆରୀ ୭ରୁ ଖୋଲିବ ସ୍କୁଲ କଲେଜ। ଅଷ୍ଟମରୁ ଉପରକୁ ସ୍କୁଲ ଖୋଲିବା ନେଇ ଘୋଷଣା କଲେ ମୁଖ୍ୟ ଶାସନ ସଚିବ । କେଜିରୁ ୭ମ ଶ୍ରେଣୀ ଫେବ୍ରୁଆରୀ ୧୪ରୁ ଖୋଲିବ। ଛାତ୍ରଛାତ୍ରୀ ଅଫଲାଇନ କିମ୍ବା ଅନଲାଇନରେ ପାଠ ପଢିପାରିବେ ।

ଉଚ୍ଚ ଶିକ୍ଷା ବିଭାଗ ଅଧିନରେ ଥିବା ସମସ୍ତ ଶିକ୍ଷାନୁଷ୍ଟାନ ୭ରୁ ଖୋଲିବ । କଲେଜ ଓ  ବିଶ୍ବବିଦ୍ୟାଳୟ ଉଚ୍ଚ ଶିକ୍ଷା ବିଭାଗ ଗାଇଡ଼ଲାଇନ ଅନୁସାରେ ଖୋଲିବ । ସବୁ ହଷ୍ଟେଲ ଗୁଡ଼ିକ ଖୋଲିବାକୁ ମଧ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଦଶମ ଓ ଦ୍ବାଦଶ ପରୀକ୍ଷା ଉଚ୍ଚ ଶିକ୍ଷା ବିଭାଗ ଗାଇଡ଼ଲାଇନ ଅନୁସାରେ ହେବ । ଏନେଇ ମୁଖ୍ୟ ଶାସନ ସଚିବ ପ୍ରେସମିଟ୍ ଜରିଆରେ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.