Below header

କାର୍ ଭିତରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ଘଟଣା, ଖୋର୍ଦ୍ଧା ଜିଲ୍ଲା ଦୌରା ଜଜ୍ କୋର୍ଟରେ ପହଁଚିଲେ ପୀଡିତା

ଖୋର୍ଦ୍ଦା(କେନ୍ୟୁଜ୍): କାର୍ ଭିତରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ଘଟଣାରେ ଜଣଙ୍କୁ ଅଟକ ରଖିଛି ଖଣ୍ଡଗିରି ଥାନା ପୋଲିସ। ବ୍ୟବହୃତ କାର୍‌କୁ ମଧ୍ୟ ଜବତ କରାଯାଇଛି। ଘଟଣାର ତଦନ୍ତ ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଦିଆଯାଇଛି। ଖୋର୍ଦ୍ଧା ଥାନାରୁ ଖଣ୍ଡିଗିରି ଥାନାକୁ ମାମଲାକୁ ହସ୍ତାନ୍ତର କରାଯାଇଛି। ଏହି ଘଟଣା ଭୁବନେଶ୍ୱର ପୋଲିସ କମିସନରେଟ ଅଞ୍ଚଳର ହୋଇଥିବାରୁ ମାମଲା ଖଣ୍ଡଗିରି ଥାନାକୁ ହସ୍ତାନ୍ତର କରାଯାଇଛି। ଡିସିପିଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ମିଳିଛି। ଅନ୍ଯପଟେ ଏହି ଘଟଣା ପରେ ଖୋର୍ଦ୍ଧା ଜିଲ୍ଲା ଦୌରା ଜଜ୍ କୋର୍ଟରେ ପହଁଚିଛନ୍ତି ପୀଡିତା।

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଜଣେ ଯୁବତୀଙ୍କୁ ଚଳନ୍ତା କାରରେ ଗଣଦୁଷ୍କର୍ମ କରିବା ପରେ ମୁମୂର୍ଷୁ ଅବସ୍ଥାରେ ଚଳନ୍ତା ଗାଡିରୁ ଫିଙ୍ଗିଦେଇଥିଲେ ଦୁର୍ବୃତ୍ତ। ସ୍ଥାନୀୟ ଲୋକେ ତାଙ୍କୁ ଖୋର୍ଦ୍ଧା ପ୍ରାଣନାଥ କଲେଜ ନିକଟରୁ ଉଦ୍ଧାର କରି ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରି ପୋଲିସକୁ ଜଣାଇଥିଲେ। ଅଭିଯୋଗ ଅନୁଯାୟୀ ଯୁବତୀ ଜଣକ ଖୋର୍ଦ୍ଧାରେ ରୁହଁନ୍ତି। ତାଙ୍କ ଘର ନୟାଗଡ ଜିଲ୍ଲା ଗଣିଆ ଅଞ୍ଚଳରେ। ଗତକାଲି ସେ କୌଣସି କାମ ପାଇଁ ଭୁନେଶ୍ୱର ଯାଇଥିଲେ। ସେଠାରୁ ଏକ କାରରେ ଲିଫ୍ଟ ମାଗି ଖୋର୍ଦ୍ଧା ଫେରୁଥିଲେ। ଫେରିବା ସମୟରେ ଗାଡିରେ ଥିବା ଯୁବକମାନେ ତାଙ୍କୁ ଦୁଷ୍କର୍ମ କରିବା ପରେ କାର୍‌ରୁ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.