ହିମେଶ ରେଶମିଆଙ୍କ ‘‘ଏକ ବାର ଆଜା’’ ଗୀତରେ ଡାକ୍ତରମାନେ କଲେ କୋଷ୍ଠକାଠିନ୍ୟ ଡ୍ୟାନ୍ସ, ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ଆମେ ପ୍ରତିଦିନ କିଛି ନା କିଛି ଭାଇରାଲ ଭିଡିଓ ଦେଖୁଛେ। ଯାହା କିଛି ସମୟ ପାଇଁ ହେଉ ପଛେ ଆମ ମନୋରଞ୍ଜନ କରୁଛି। ସାଧାରଣତଃ ଯୁବପିଢ଼ି ଅଧିକ ପରିମାଣରେ ଭିଡିଓ ପ୍ରସ୍ତୁତ କରୁଥିବା ଦେଖିବାକୁ ମିଳୁଛି। ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ଡାକ୍ତରମାନଙ୍କର ଏକ ଭିଡିଓ ବହୁଳ ଭାବେ ଭାଇରାଲ ହେଉଥିବା ନଜର ଆସିଛି। ଏହି ଭିଡିଓଟି ଅନ୍ୟ କୌଣସି ଫିଲ୍ମର ଗୀତ କିମ୍ବା ଅଭିନୟ ନୁହେଁ, ବରଂ କୋଷ୍ଠକାଠିନ୍ୟ ସମସ୍ୟାକୁ ଦର୍ଶାଉଥିବା ଏକ ମଜାଳିଆ ଡ୍ୟାନ୍ସ। ଏହି ଗୀତ ବର୍ତ୍ତମାନ ସୋସିଆଲ ମିଡିଆରେ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି।

ଦେଖନ୍ତୁ ଭିଡିଓ:

ଭିଡିଓରେ ଡାକ୍ତରମାନଙ୍କର ଏକ ଗ୍ରୁପ୍‌ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି। ଡାକ୍ତରମାନେ ମହମ୍ମଦ ରଫିଙ୍କ ଗୀତ ‘‘ସୁହାନୀ ରାତ୍‌…’’ରେ ନାଚ ଆରମ୍ଭ କରୁଛନ୍ତି। ଡାକ୍ତରଙ୍କ ଡ୍ୟାାନ୍ସ ଦେଖି ଉପସ୍ଥିତ ଲୋକେ ଜୋର୍‌ରେ ହସୁଛନ୍ତି। ପରେ ସାଙ୍ଗେ ସାଙ୍ଗେ ହିମେଶ ରେଶମିଆଙ୍କ ‘‘ଝଲକ ଦିଖ ଲାଜା…’’ ଗୀତ ବାଜୁଛି। ଏହି ଗୀତ ବାଜିବା ବେଳେ ଡାକ୍ତରମାନେ ପେଟକୁ ଧରି ମଳତ୍ୟାଗ କରିବା ପୋଜିସନ୍‌ କରୁଛନ୍ତି। ପରେ ପ୍ରେମ୍‌ ଫିଲ୍ମର ଗୀତ ‘‘ଆତି ନେହିଁ…’’ ରେ ଡାକ୍ତରମାନେ ପୂରା ଏକ୍ସପ୍ରେସନ୍‌ ଦେଇ ନାଚୁଛନ୍ତି। କୋଷ୍ଠକାଠିନ୍ୟ ରୋଗୀ ପାଇଖାନା ଗଲେ ଯେଭଳି ସମସ୍ୟା ଭୋଗ କରନ୍ତି, ଡାକ୍ତରମାନେ ତାହାକୁ ଗୀତ ଓ ନାଚ ମାଧ୍ୟମରେ ଦେଖାଇଛନ୍ତି। ଶେଷକୁ ‘‘ଆ ଆ ଆ ଗୟା’’ ଗୀତରେ ନାଚି ଡାକ୍ତରମାନେ ପରଫମାନ୍ସ ଶେଷ କରିଛନ୍ତି।

ଏହାସହ ପଢ଼ନ୍ତୁ: ତାଜମହଲକୁ ପଛରେ ପକାଇଲା ଷ୍ଟାଚ୍ୟୁ ଅଫ୍‌ ୟୁନିଟି, ବର୍ଷକରେ ରୋଜଗାର କଲା ୬୩ କୋଟି

ଏହି ଭିଡିଓଟି ଅକ୍ଟେବାର ୨୦ ତାରିଖରେ ଫେସ୍‌ବୁକ୍‌ରେ ସେୟାର କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୫ ଲକ୍ଷ ଦର୍ଶକ ଏହାକୁ ଦେଖିସାରିଲେଣି। ୧୧ ହଜାରରୁ ଊର୍ଦ୍ଧ୍ୱ ଲୋକ ଭିଡିଓକୁ ସେୟାର କରିଥିବା ବେଳେ ୪ହଜାର ଜଣ ରିଆକ୍ସନ୍‌ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.