Below header

ରାଜଧାନୀର ଗୁପଚୁପ୍ ଓ ଚାଟ୍ ବିକାଳି ସାବଧାନ, ଗୁପଚୁପ ଓ ଚାଟକୁ ଖାଇବା ଲାଗି ବିକ୍ରି କରି ପାରିବେ ନାହିଁ, ଗ୍ରାହକଙ୍କୁ କେବଳ ପାର୍ସଲ ଦେବେ

କେନ୍ୟୁଜ୍(ବ୍ୟୁରୋ):  ରାଜଧାନୀର  ଗୁପୁଚୁପ ଚାଟ୍ ପ୍ରିୟ ଲୋକ ପାଇଁ ସୂଚନା। ଏଣିକି ରାସ୍ତକଡରେ ଛିଡା ହୋଇ ଗୁପଚୁପ ଖାଇପାରିବେ ନାହିଁ । ସେହିପରି କୌଣସି ବ୍ୟବସାୟୀ ଗୁପଚୁପ ଓ ଚାଟକୁ ଖାଇବା ଲାଗି ବିକ୍ରି କରି ପାରିବେ ନାହିଁ।  ଗ୍ରାହକ କେବଳ ଘରକୁ ପାର୍ସଲ ନେଇ ପାରିବେ। ଭୁବନେଶଶ୍ବରରେ ବଢିଚାଲିଥିବା କରୋନା ସଂକ୍ରମଣ ପାଇଁ ଖୋର୍ଦ୍ଧା ଜିଲ୍ଳା ପ୍ରଶାସନ ପକ୍ଷରୁ ଫାଷ୍ଟଫୁଡ, ଜଳଖିଆ,ଗୁପଚୁପ, ଚାଟ ଓ ଦହିବରା ଆଳୁଦମ ବ୍ୟବସାୟୀଙ୍କୁ ଏ ନେଇ ସତର୍କ କରି ଦିଆଯାଇଛି।

chatତେବେ ନିୟମ  ନିୟମ ଅନୁଯାୟୀ ମାସ୍କ ପିନ୍ଧି ଓ ସାମାଜିକ ଦୂରତା ରଖି ବ୍ୟବସାୟୀମାନେ କେବଳ ପାର୍ସଲ ଦେଇପାରିବେ। ଦୋକାନ ନିକଟରେ ଗ୍ରାହକମାନେ ଛିଡା ହୋଇ ଗୁପଚୁପ୍ କିମ୍ବା ଚାଟ୍ ଖାଇପାରିବେ ନାହିଁ ଯଦି ଏଭଳି କିଛି ନଜରକୁ ଆସେ ତେବେ ଆଇନଅନୁଯାୟୀ ସଂପୃକ୍ତ ବ୍ୟବସାୟୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସହ ଜରିମାନା ଆଦାୟ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରି ଦିଅଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.