Below header

କାଲି ରାତିରେ ମାଛ ଧରିବାକୁ କୁଆଖିଆ ନଦୀକୁ ଆସିଥିଲେ ବାପା ପୁଅ ମିଶି ତିନିଜଣ, ପାଣିରେ ବୁଡିଗଲେ ବାପା, ଏପର୍ଯ୍ୟନ୍ତ ମିଳୁନି ପତ୍ତା

କେନ୍ୟୁଜ୍ (ବ୍ୟୁରୋ): ମାଛ ଧରିବା ପାଇଁ କୁଆ ଖିଆ ନଦୀକୁ  ଆସି  ପାଣିରେ ଭାସିଗଲେ ଧୀବର। ଏପର୍ଯ୍ୟନ୍ତ ମିଳୁନାହିଁ ଶରୀର। ମିଳିଥିବା  ସୂଚନା ମୁତାବକ ପିପିଲି ଦାଣ୍ଡମୁକୁନ୍ଦପୁରର ଚିତଳ ଅଞ୍ଚଳର ରାଜୁ ଖାନ ନିଜ ଦୁଇ ପୁଅ ସହ ଗତକାଲି ରାତିରେ କୁଆଖିଆ ନଦୀକୁ ମାଛ ଧରିବାକୁ ଯାଇଥିଲେ। କିନ୍ତୁ ଦୁର୍ଘଟଣା ବସତଃ ରାଜୁଖାନ ପାଣିରେ ବୁଡିଯାଇଥିଲେ।

ପୁଅ ମାନେ ବାପା ପାଣିରେ ପଡିଯିବା ପରେ ବହୁ ଖୋଜାଖୋଜି ପରେ ମଧ୍ୟ ପାଇନଥିଲେ। ପରେ ନିକଟସ୍ଥ ପୋଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ ବର୍ତ୍ତମାନ ସୁଦ୍ଧା ସର୍ଚ୍ଚ ଅପରେସନ ଜାରି ରଖିଛି । କିନ୍ତୁ ରାଜୁଙ୍କର ଏପର୍ଯ୍ୟନ୍ତ କୌଣସି ଖୋଜ୍ ଖବର ମିଳିନଥିବା ସୂଚନା ମିଳିଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.