ସୋମବାର ହେବ ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଅନ୍ତିମ ସଂସ୍କାର

ମୁମ୍ବାଇ : ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଅନ୍ତିମ ସଂସ୍କାର ସୋମବାର ହେବ ବୋଲି ଜଣାପଡ଼ିଛି । ତେବେ ଏପର୍ଯ୍ୟନ୍ତ ମୃତ୍ୟୁର କାରଣ ଜଣାପଡ଼ି ନାହିଁ । ରବିବାର ବାନ୍ଦ୍ରା ସ୍ଥିତ ନିଜ ଘରେ ରଶି ଲଗାଇ ଆତ୍ମ ହତ୍ୟା କରିଛନ୍ତି ସୁଶାନ୍ତ ।

କିଛି ଦିନ ହେବ ସେ ବହୁତ ମାନସିକ ଚାପରେ ଥିଲେ ବୋଲି ତାଙ୍କର ନିକଟତମ ସୂତ୍ରରୁ ଜଣାପଡ଼ିଛି । ତାଙ୍କର ଶେଷ ଫିଲ୍ମ ‘କେଦାରନାଥ’ରେ ତାଙ୍କର ଅଭିନୟ ଉଚ୍ଚ କୋଟିର ଥିଲା ବୋଲି କୁହାଯାଇଛି । ଜୁନ୍‌ ୩ ତାରିଖରେ ଶେଷ ଥର ପାଇଁ ସେ ଇନ୍‌ଷ୍ଟାଗ୍ରାମରେ ମା’ଙ୍କ ଫଟୋ ସେୟାର କରିଥିଲେ ।

susant-1

ନିଜର ପୂର୍ବ ମ୍ୟାନେଜରଙ୍କ ଆତ୍ମ ହତ୍ୟାର ୫ ଦିନ ପରେ ସେ ଆତ୍ମ ହତ୍ୟା କରିଥିବାରୁ ଘଟଣାକୁ ନେଇ ବହୁତ କିଛି ଆଶଙ୍କା କରାଯାଉଛି । କିଛି ଦିନ ତଳେ ଶେଷ ଥର ପାଇଁ ସେ ପାଟନାରେ ଥିବା ନିଜ ପିତାଙ୍କ ସହ କଥା ହୋଇଥିଲେ ଓ ଖୁବ ଶୀଘ୍ର ପିତାଙ୍କୁ ନେଇଯିବେ ବୋଲି କୁହନ୍ତି ତାଙ୍କ ଘରେ କାମ କରୁଥିବା କେୟାର ଟେକର ଲକ୍ଷ୍ମୀ ।

susant-0

ସୁଶାନ୍ତଙ୍କ ସାଙ୍ଗମାନେ ଆଜି ତାଙ୍କ ସ୍କୁଲ ସମୟର କଥା ମନେ ପକାଇ କୁହନ୍ତି ଯେ ସେ କ୍ରିକେଟ୍‌ ଖେଳିବାକୁ ବହୁତ ଭଲ ପାଉଥିଲେ । ଏମିତି ବି ରାସ୍ତାରେ ଆମେ ବହୁବାର କ୍ରିକେଟ୍‌ ଖେଳିଛୁ । ଟିଭି ଓ ଫିଲ୍ମରେ କାମ କରିବା ପରେ ମଧ୍ୟ ତାଙ୍କର ସ୍ୱଭାବରେ ଅହଂକାର ନଥିଲା ।

ବର୍ଷକ ତଳେ ଆସିଥିଲେ ଆମ ସହ ଯେପରି ମିଶୁଥିଲେ ସେପରି ମିଶିଥିଲେ ବୋଲି କୁହନ୍ତି ତାଙ୍କର ସାଙ୍ଗମାନେ । ତାଙ୍କର ପୈତୃକ ଘର ପୁର୍ଣ୍ଣିଆ ଜିଲ୍ଲା ବଡହରା ଠାରେ ରହି ପାଠ ପଢ଼ୁଥିଲେ । ଦିଲ୍ଲୀ କଲେଜ୍‌ ଅଫ୍‌ ଇଂଜିନିୟରିଙ୍ଗରୁ ମେକାନିକାଲ୍‌ ଇଂଜିନିୟରରେ ଡିଗ୍ରୀ କରିଥିଲେ ।

ପରେ ସେ ତାଙ୍କର ଅଭିନୟ କାରିଅର୍‌ ଟିଭି ପରଦାରୁ ଆରମ୍ଭ କରିଥିଲେ । ତାଙ୍କର ମୃତ୍ୟୁରେ କେବଳ ବଲିଉଡ୍‌ ନୁହେଁ ତାଙ୍କର ଗାଁ ଓ ତାଙ୍କର ସାଙ୍ଗସାଥୀ ସଭିଏଁ ସ୍ତବ୍ଧ ହୋଇଯାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.