Below header

ସ୍ୱାମୀ ସଇତାନ ସାଜି ରକ୍ଷକରୁ ପାଲଟିଗଲା ଭକ୍ଷକ, ଧାରୁଆ ଅସ୍ତ୍ରରେ ହତ୍ୟା ଉଦ୍ୟମ କରି ଲହୁଲୁହାଣ ସଇତାନ କଲା ସ୍ୱାମୀ

କଣ୍ଟାବାଞ୍ଜି : ବେଦୀ ଉପରେ ହୋମ ନିଆଁକୁ ସାକ୍ଷୀ ରଖି ଯେଉଁ ହାତ ସୁରକ୍ଷା କରିବାକୁ ଧରିଥିଲା ଆଜି ସେଇ ହାତ ଜୀବନରୁ ମାରିଦେବାକୁ ବି ପଛାଇଲାନି। ଜଣେ ବିବାହିତ ସ୍ତ୍ରୀ ପାଇଁ ତାର ସ୍ୱାମୀ ହିଁ ତାର ଏକମାତ୍ର ସାହାରା, କିନ୍ତୁ ଥରେ ଭାବନ୍ତୁ ସେହି ସାହାରା ଯଦି ଆପଣଙ୍କ ପାଇଁ ସମସ୍ୟା ହୋଇଯାଏ ସେତେବେଳେ ପରିସ୍ଥିତି କଣ ହେବ? ସୁଖରେ ଦୁଃଖରେ ସାଥିରେ ରହିବାକୁ ବାପା ମାଆ ତାଙ୍କ ଅଲିଅଳି ଝିଅକୁ ତାର ସ୍ୱାମୀ ହାତ ଟେକି ଦିଅନ୍ତି, କିନ୍ତୁ ସେଇ ସ୍ୱାମୀ ରକ୍ଷକ ନୁହେଁ ସଇତାନ ସାଜି ଜୀବନରୁ ମାରିଦେବାକୁ ଉଦ୍ୟମ କରେ ତାହେଲେ  ଥରେ ଭାବନ୍ତୁ ସେ ବାପା ମାଙ୍କ ମନରେ କଣ ହେଉଥିବ। ସେ ସ୍ତ୍ରୀ ମନରେ କଣ ହେଉଥିବ? କେତେ ଆଶା, ଆକାଂକ୍ଷା ନେଇ ସ୍ୱାମୀ ସହିତ ସୁନାର ସଂସାର ଗଢ଼ିବାକୁ ସ୍ୱପ୍ନ ଦେଖୁଥିବ। କିନ୍ତୁ ଯେତେବେବେଳ ସ୍ୱାମୀ ସଇତାନ ସାଜି ରକ୍ଷକରୁ ପାଲଟିଯାଏ ଭକ୍ଷକ।

ବଙ୍ଗୋମୁଣ୍ଡା ଥାନା ଜଏରପଡା ଗାଁର ଘଟିଛି ଏକ ଅଭାବନୀୟ ଘଟଣା । ନିଜ ସ୍ତ୍ରୀକୁ ଏକ ଧାରୁଆ ଅସ୍ତ୍ରରେ ହତ୍ୟା ଉଦ୍ୟମ କରି ଲହୁଲୁହାଣ କରିଛି ସ୍ୱାମୀ । ଏମିତି ଭାବରେ ଆକ୍ରମଣ କରିଛି ଯେ ଦେହଟା ଯାକରେ କ୍ଷତ ବିକ୍ଷତ। ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଥାଏ ସ୍ତ୍ରୀ। ଗୁରୁତର ଅବସ୍ଥାରେ କଣ୍ଟାବାଞ୍ଜି ମେଡିକାଲରେ ଭର୍ତ୍ତି କରାଗଲା।

ସୂଚନା ଅନୁଯାୟୀ ଜଏରପଡା ଗାଁର ବିନତି ମାଝୀ ଖଡ଼ିଆଳ ଅଞ୍ଚଳ କେସରାପୁର ଗାଁର ତିରମନ ଭୁଏଙ୍କୁ ବିବାହ କରିଥଲେ । ତେବେ ଦୁଇ ଜଣଙ୍କ ମଧ୍ୟରେ କୌଣସି କଥକୁ ନେଇ ଝଗଡା ହୋଇଥିଲା  । ବିନତି ନିଜ ମାଁଙ୍କ ଘରକୁ ଆସି ରହୁଥିବା ବେଳେ ସକାଳୁ ସକାଳୁ ସେ ଶୌଚ ପାଇଁ ବାହାରକୁ ଯାଇଥିଲେ । ସେହି ସମୟରେ ବିନତିଙ୍କ ସ୍ୱାମୀ ଏକ ଧାରୁଆ ଅସ୍ତ୍ରରେ ବିନତିଙ୍କୁ ଆକ୍ରମଣ କରି ଚାଲିଲେ । ଘର ଲୋକ ଖବର ପାଉ ରକ୍ତାକ୍ତ ଅବସ୍ଥାରେ ବିନତିକୁ ଉଦ୍ଧାର କରି ମେଡିକାଲ ନେଇ ଯାଇଥିଲେ।  ବିନତିଙ୍କ ମୁଣ୍ଡ, ବେକ  ହାତ ଓ ଅଣ୍ଟାରେ ଆଘତ ଲାଗିଥିବା ଜଣାଯାଇଛି ।

ସେପଟେ ମରଣାନ୍ତକ ଆକ୍ରମଣ କରି ଫେରାର ହେଉଥିବା ସ୍ୱାମୀକୁ  ଗାଁ ଲୋକ ଅଟକ ରଖି ଥାନାକୁ ଖବର ଦେଇଛନ୍ତି । ତେବେ ପରିବାର ଅଛି ତ ଝଗଡା,ମନମାଳିନ୍ୟ ତ ରହିବ ତାମାନେ ନୁହେଁ କାହାକୁ ଜୀବନରୁ ମାରିଦେବାକୁ ଉଦ୍ୟମ କରିବା। ସ୍ତ୍ରୀର ରକ୍ଷକ କେବଳ ତାର ସ୍ୱାମୀ, ଯଦି ସ୍ୱାମୀ ଭକ୍ଷକ ହୋଇଯିବ ତାହେଲେ କଣ ହେବ ସେହି ସ୍ତ୍ରୀର ମନ। ତେଣୁ ଯାହାକୁ ହାତ ଧରି ବାହା ହୋଇଛନ୍ତି ତାଙ୍କର ଯଥେଷ୍ଟ ସମ୍ମାନ କରନ୍ତୁ। ଭୁଲବୁଝାବଣା ହେଲେ ଉଭୟ ମିଶି ସମାଧାନ କରନ୍ତୁ। କିନ୍ତୁ ଏପରି ଏକ ଘୃଣ୍ୟ କାମ କରନ୍ତୁନାହିଁ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.