ଆଜି ମଇଦାନରେ ମୁହାଁମୁହିଁ ହେବେ କୋଲକତା ଏବଂ ବାଙ୍ଗାଲୋର, ପଏଣ୍ଟ ତାଲିକାରେ ଶୀର୍ଷକୁ ଯିବା ପାଇଁ କରିବେ ଚେଷ୍ଟା

ଆଜି ଆଇପିଏଲ୍‌ ସିଜନ ୧୩ର ୩୯ ମ୍ୟାଚରେ ମୁହାଁମୁହି ହେବେ କୋଲକତା ନାଇଟ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ୟୁଏଇର ଶେଖ ଜାଏଦ ଷ୍ଟାଡିଅମ, ଆବୁଧାବି ସନ୍ଧ୍ୟା ୭.୩୦ ମିନିଟରେ ଆରମ୍ଭ ହେବ। ଆଜିର ମ୍ୟାଚରେ ଦୁଇଟି ଯାକ ଟିମ୍‌ ମ୍ୟାଚ ଜିତିବାକୁ ଚେଷ୍ଟା କରିବ।

ଆଇପିଏଲ ପଏଣ୍ଟ ତାଲିକାରେ ବାଙ୍ଗାଲୋର ତୃତୀୟ ସ୍ଥାନରେ ଥିବା ବେଳେ କୋଲକତା ଚତୁର୍ଥ ସ୍ଥାନରେ ରହିଛି। ଉଭୟ ୯ଟି ମ୍ୟାଚ ଖେଳିଥିବା ବେଳେ ବାଙ୍ଗାଲୋର ୬ଟି ମ୍ୟାଚ ଜିତିଥିବା ବେଳେ କୋଲକତା ୫ଟି ମ୍ୟାଚ ଜିତିଛି। ତେଣୁ କୋଲକତା ଆଜିର ମ୍ୟାଚ ଜିତି ପଏଣ୍ଟ ଟେବୁଲରେ ଉପରକୁ ଉଠିବାକୁ ନିଶ୍ଚିତ ଚେଷ୍ଟା କରିବ। ଚଳିତ ଆଇପିଏଲ୍‌ରେ ବିରାଟଙ୍କ ଟିମ୍‌ ଜବରଦସ୍ତ ମ୍ୟାଚ ଖେଳୁଛି।

rcb

ସମ୍ଭାବ୍ୟ କୋଲାକତା ଦଳ : ଦିନେଶ କାର୍ତ୍ତିକ, ଇଆନ ମୋର୍ଗାନ, ନୀତିଶ ରାଣା, ରାହୁଳ ତ୍ରିପାଠୀ, ଶୁଭମନ ଗିଲ, ସିଦ୍ଧାର୍ଥ ଲାଡ, କମଲେଶ ନାଗରକୋଟୀ, କୁଲଦୀପ ଯାଦବ, ନିଖିଳ ନାଇକ, କ୍ରିସ ଗ୍ରେନ୍, ଆନ୍ଦ୍ରେ ରସେଲ।

ସମ୍ଭାବ୍ୟ ବାଙ୍ଗାଲୋର ଦଳ: ଆରୋନ୍ ଫିଞ୍ଚ, ଦେବଦତ୍ତ ପାଡିକଲ୍, ବିରାଟ କୋହଲି (ଅଧିନାୟକ), ଏବି ଡି’ଭିଲର୍ସ, ଶିବମ ଦୁବେ, ୱାସିଂଟନ୍ ସୁନ୍ଦର, କ୍ରିସ୍ ମୋରିସ୍, ଇସୁରୁ ଉଦାନା, ନବଦୀପ ସାଇନି, ୟୁଝବେନ୍ଦ୍ର ଚହଲ, ମହମ୍ମଦ ସିରାଜ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.