Below header

ଫଟୋରେ ଜିଇଁ ଉଠିଲେ ବିଜୁ ବାବୁ, ରାଜଧାନୀରେ ଉନ୍ମୋଚିତ ହେଲା ଫଟୋ ଗ୍ୟାଲେରୀ

ଭୁବନେଶ୍ବର (କେନ୍ୟୁଜ୍) : ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୀବନୀକୁ ନେଇ ପ୍ରସ୍ତୁତ ହୋଇଛି ଫଟୋ ଗ୍ୟାଲେରୀ। ୧୯୨୯ରୁ ୧୯୯୭ ଯାଏ ବହୁ ମୂଲ୍ୟବାନ ଫଟୋଚିତ୍ର ସହିତ ବିଜୁ ବାବୁଙ୍କ ଦ୍ୱାରା ବ୍ୟବହୃତ ସାମଗ୍ରୀ ଏହି ଗ୍ୟାଲେରୀରେ ସ୍ଥାନ ପାଇଛି। ରାଜଧାନୀ ଭୁବନେଶ୍ୱରରେ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଗ୍ୟାଲେରୀକୁ ଲୋକାର୍ପିତ କରିଛନ୍ତି ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ଉପସ୍ଥିତ ଥିଲେ ବହୁ ମନ୍ତ୍ରୀ ଓ ବିଧାୟକ ।

chashmaଆଗାମୀ ପିଢି ବିଜୁ ବାବୁଙ୍କ ଜୀବନ ଚରିତ୍ରରେ ଅନୁପ୍ରାଣିତ ହେବା ଉଦ୍ଦେଶ୍ୟରେ ଏହାକୁ ପ୍ରସ୍ତୁତ କରାଯାଇଛି । ରାଜ୍ୟରେ ଫଟୋ ସାମ୍ବାଦିକତାର ନୂଆ ଦିଗଦର୍ଶନରେ ଏହି ଗ୍ୟାଲେରୀ ପ୍ରସ୍ତୁତ କରାଯାଇଛି। ଯାହାକି ଏହି ଗ୍ୟାଲେରୀ ଫଟୋ ସାମ୍ବାଦିକଙ୍କୁ ପ୍ରେରଣା ଯୋଗାଇବା ସହିତ ଉତ୍ସାହିତ ମଧ୍ୟ କରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.