ବାଂଶପାଳ: ନୟାକୋଟ ସୁକୋଡଳା ଗ୍ରାମରୁ ଉଦ୍ଧାର ହେଲା ଯୁବକଙ୍କ ମୁଣ୍ଡଗଣ୍ଡି ଛିନ୍ନ ଶରୀର, ପୋଲିସର ତଦନ୍ତ ଜାରି

ବାଂଶପାଳ: ନୟାକୋଟ ଥାନା ଅନ୍ତର୍ଗତ ସୁକୋଡଳା ଗ୍ରାମ ନିକଟ ଜଙ୍ଗଲରୁ ଏକ ମୁଣ୍ଡଗଣ୍ଡି ଛିନ୍ନ ମୃତ ଶରୀରକୁ ଉଦ୍ଧାର କରିଛି ପୋଲିସ। ଯୁବକଙ୍କ ନାମ ଭଦ୍ର ପ୍ରଧାନ ଓ ତାଙ୍କ ଗ୍ରାମ ସୁକୋଡଳା ଗ୍ରାମରେ ବୋଲି ଜଣା ପଡିଛି।  ପୋଲିସର କହିବାମୁତାବକ ମୃତ ଭଦ୍ରଙ୍କ ମୁଣ୍ଡ ନିକଟସ୍ଥ ଜଙ୍ଗଲର ଏକ ଗଛରେ ଝୁଲୁଥିବା ବେଳେ ଶରୀରଟି ସେହି ଜଙ୍ଗଲ ନିକଟରେ ଥିବା ପଡିଆରେ ପଡିଥିଲା। ଗତକାଲି ରାତରେ କେହି ଦୁର୍ବୃତ୍ତ ତାଙ୍କୁ ହତ୍ୟା କରି ଏଭଳି ଜଙ୍ଗଲରେ ଫୋପାଡିଥିବା ନେଇ ସନ୍ଦେହ କରାଯାଉଛି। ଘଟଣା ସ୍ଥଳରେ ସଦର ପୋଲସି,ଏସଡିପଓ ଓ ସାଇଣ୍ଟଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

 

 

 

 

 

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.