Below header

ଷୋଡ଼ଷ ବିଧାନସଭାରେ ୬୪ ନୂଆ ମୁହଁ,

ଭୁବନେଶ୍ବର : ଓଡିଶାର ଷୋଡ଼ଶ ବିଧାନସଭା ଆରମ୍ଭ ହେବାକୁ ଯାଉଛି। ଏଥର ବିଧାନସଭାରେ ୬୪ ନୂଆ ମୁହଁ ଦେଖିବାକୁ ମିଳିଛି। ଏହାସହ କିଛି ପୁରୁଖା ନେତାଙ୍କ ସ୍ଥାନରେ ସେମାନଙ୍କ ପୁଅମାନେ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ପଞ୍ଚଦଶ ବିଧାନ ସଭାକୁ ନିର୍ବାଚିତ ହୋଇଥିବା କିଛି ନେତା ଏହି ଷୋଡ଼ଶ ବିଧାନସଭାକୁ ନିର୍ବାଚିତ ହୋଇପାରିନାହାନ୍ତି ।କାହାକୁ ଟିକଟ ମିଳି ନଥିଲା ତ ଆଉ କିଏ ନିର୍ବାଚନରେ ହାରିଛନ୍ତି। ତେବେ ବିଧାନସଭାରେ ବୟସରେ ସବୁଠାରୁ କନିଷ୍ଠ ବିଧାୟକ ବିଜେଡିର ସୌଭିକ ବିଶ୍ୱାଳ ଥିବା ବେଳେ  ସବୁଠାରୁ ବୟସ୍କ ବିଧାୟକ କଂଗ୍ରେସର ନରସିଂହ ମିଶ୍ର ଅଛନ୍ତି ।

ସୌଭିକ ପ୍ରଭାତ ବିଶ୍ୱାଳଙ୍କ ପୁଅ। ଏଥର ପ୍ରଭାତଙ୍କ ବଦଳରେ କଟକ-ଚୌଦ୍ୱାରରେ ତାଙ୍କ ପୁଅଙ୍କୁ ଟିକଟ ମିଳିଥିଲା। ଯେଉଁ ପୁଅ ମାନେ ବାପାଙ୍କ ସ୍ଥାନରେ ନିର୍ବାଚିତ ହୋଇଛନ୍ତି ସେମାନେ ହେଲେ ବାଙ୍କିରୁ ପ୍ରଭାତ ତ୍ରିପାଠୀଙ୍କ ପୁଅ ଦେବୀ ତ୍ରିପାଠୀ, ବାସୁଦେବପୁରରୁ ବିଜୟଶ୍ରୀ ରାଉତରାୟଙ୍କ ପୁଅ ବିଷ୍ଣୁବ୍ରତ ରାଉତରାୟ। ପାରାଦୀପରୁ ଦାମଦୋର ରାଉତଙ୍କ ସ୍ଥାନରେ ତାଙ୍କ ପୁଅ ସମ୍ବିତ ରାଉତରାୟ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି।

ଏଥର ବିଧାନସଭାରେ ବିଜେପି ପ୍ରମୁଖ ବିରୋଧ ଦଳ। କିନ୍ତୁ ୨୦୧୪ରେ ଜିତିଥିବା ୧୦ ବିଜେପି ବିଧାୟକ, ଏଥର ବିଧାନସଭାରେ ପହଞ୍ଚି ପାରି ନାହାନ୍ତି। ବିଜେପିର ପୁରା ନୂଆ ଟିମ୍‌ ପ୍ରମୁଖ ବିରୋଧୀ ଭୂମିକା ନିଭାଇବ। ବର୍ତ୍ତମାନ ବିଧାନସଭାକୁ ଆସିବେ, ବିଜେଡିର ୧୧୧, ବିଜେପି ୨୩ ଓ କଂଗ୍ରେସର ୯ ବିଧାୟକ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.