Below header

ନବରଙ୍ଗପୁର: ୪ ଜଣ କୁଖ୍ୟାତ ଡକାୟତଙ୍କୁ ଧରିଲା ଝରିଗାଁ ପୋଲିସ

ନବରଙ୍ଗପୁର(କେ ନ୍ୟୁଜ): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍‌ ଚୋକଲାପଦର୍‌ ଡକାୟତ ଘଟଣାରେ ୪ ଜଣ ଡକାୟତଙ୍କୁ ଧରିବାରେ ସଫଳ ହୋଇଛି ଝରିଗାଁ ପୋଲିସ । ଏମାନଙ୍କ ଠାରୁ ୧ ଲକ୍ଷ ୧୨ ହଜାର ଟଙ୍କା, ୪ ଟି ମୋବାଇଲ୍‌, ୨ ଟି ବାଇକ୍‌ ସମେତ ଡକାୟତି ସମୟରେ ବ୍ୟବହୃତ ମାରଣାସ୍ତ୍ର ଜବତ ହୋଇଛି । ଗିରଫ ଡକାୟତ ମାନେ ଡାବୁଗାଁ ଅଞ୍ଚଳର ହୋଇଥିବା ବେଳେ ଏଥିରେ ଆଉ କିଛି ଡକାୟତ ସଂପୃକ୍ତ ରହିଥିବା ପୋଲିସ ସୂଚନା ଦେଇଛି ।

ଗତ ୧୮ ତାରିଖରେ ଚଚା ଗାଁର ମକା ବ୍ୟବସାୟୀ ରାଜେନ୍ଦ୍ର ସିଂ ଯାଦବ ଘରୁ କୋଙ୍ଗରା ହାଟକୁ ମକା କିଣିବାକୁ ଯାଉଥିବା ବେଳେ ଚୋକଲାପଦର ନିକଟରେ ବାଇକ୍‌ରେ ତିନି ଜଣ ଦୁର୍ବୃତ୍ତ ଆସି ରାଜେନ୍ଦ୍ରଙ୍କୁ ଆକ୍ରମଣ କରିବା ସହ ତାଙ୍କ ଠାରୁ ୪ ଲକ୍ଷ ଟଙ୍କା ଲୁଟି ନେଇଥିଲେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.