Below header

ପ୍ରମିଳା ତ୍ରିପାଠୀଙ୍କ ନମ୍ବର ମାଗିବାରୁ ମହିଳାଙ୍କୁ ଚାପୁଡ଼ା ମାରିଲେ ଦୀପିକା, ପୋଲିସର ହସ୍ତକ୍ଷେପ ପରେ ଶାନ୍ତି ପଡ଼ିଲା ପରିସ୍ଥିତି

ବ୍ରହ୍ମପୁର(କେନ୍ୟୁଜ୍): ମହିଳାଙ୍କୁ ଚାପୁଡ଼ା ମାରିଲେ ଦୀପିକା । ବ୍ରହ୍ମପୁର ଦେଶୀବେହେରା ସାହିରେ ଧାରଣାରେ ବସିଥିବା ଦୀପିକା ଆଜି ଜଣେ ମହିଳାଙ୍କୁ ଚାପୁଡ଼ା ମାରିଛନ୍ତି । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଅପରାହ୍ନରେ ସବୁ ଦିନ ଭଳି ଦୀପିକା ଧାରଣାରେ ବସିଥିଲେ । ଏହି ସମୟରେ ଜଣେ ମହିଳା ଆସି ଦୀପିକାଙ୍କୁ ପ୍ରମିଳା ତ୍ରିପାଠୀଙ୍କ ନମ୍ବର ମାଗିଥିଲେ । ପାଖକୁ ଆସ ନମ୍ବର ଦେଉଛି ବୋଲି କହିଥିଲେ ଦୀପିକା ।

ମହିଳା ଜଣକ ପାଖକୁ ଯିବା ପରେ ଦୀପିକା ସମ୍ପୃକ୍ତ ମହିଳାଙ୍କୁ ମାଡ଼ ମାରିଥିଲେ । ଚାପୁଡ଼ା ମାରିବା ପରେ ପୁଣି ଦୀନେଶଙ୍କ ବାରଣ୍ଡାରୁ ବାହାରି ମହିଳାଙ୍କ ସହ ହାତାହାତି ହୋଇଥିଲେ । ଘଟଣାସ୍ଥଳରେ ରହିଥିବା ବଡ଼ବଜାର ଥାନାର କିଛି ପୋଲିସ କନେଷ୍ଟବଳ ଉଭୟଙ୍କୁ ବୁଝାସୁଝା କରିଥିଲେ । ତେବେ ସମ୍ପୃକ୍ତ ମହିଳା ଜଣକ କିଛି ଦିଳ ପୂର୍ବରୁ ଦୀପିକାଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରିଥିଲେ ତେଣୁ ଏଭଳି ଚାପୁଡ଼ା ମାରିଥିବା କହିଛନ୍ତି ଦୀପିକା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.