ମା ଓ ଝିଅ ମିଶି ବାପାକୁ ମାରି ଦେଲେ, କାରଣ ଥିଲା କିଛି ଏଭଳି

ମଧ୍ୟପ୍ରଦେଶ ମୁରେନ ଜିଲ୍ଲା ଅଞ୍ଚଳରେ ଘଟିଛି ଏକ ଭୟଙ୍କର କାଣ୍ଡ । ପତ୍ନୀ ନିଜ ଝିଅ ସହ ମିଶି ସ୍ୱାମୀକୁ ହତ୍ୟା କରିଛି । ଆଉ ଘଟଣାକୁ ନିଜ ଆଖିରେ ଦେଖିଥିବା ପୁଅ ଏକଥା ଥାନାରେ କହିବା ପରେ ମା ଝିଅ ଗିରଫ ହୋଇଛନ୍ତି । ତେବେ ସ୍ୱାମୀକୁ ହତ୍ୟା କରିବା ପଛରେ କାରଣ ବି ରହିଛି । ଆସନ୍ତୁ ଜାଣିବା ପୂରା ଘଟଣା କଣ ଥିଲା ।
ମୁରେନ ଜିଲ୍ଲା ରାଣୀକୁଆଁ ଅଞ୍ଚଳରେ ରାଜ କୁମାର ପାଣ୍ଡେୟ ନାମକ ଜଣେ ବ୍ୟକ୍ତି ପତ୍ନୀ ଗିରିଜା ଏବଂ ଦୁଇ ପୁଅ ଓ ଝିଅ ସହ ରୁହନ୍ତି । ରାଜ କୁମାର ସ୍ୱଭାବରେ ଭାରି ସନ୍ଦେହୀ । ତେଣୁ ଉଭୟ ସ୍ତ୍ରୀ ଓ ଝିଅକୁ ବାହାରକୁ ଛାଡ଼ନ୍ତି ନାହିଁ । ବିଶେଷ କରି ପତ୍ନୀର ଚରିତ୍ରକୁ ସନ୍ଦେହ କରି ସବୁ ବେଳେ ତାକୁ ଘରେ ବନ୍ଦ ରଖନ୍ତି । ଝିଅ କିମ୍ବା ପତ୍ନୀଙ୍କୁ ଆଦୌ ବାହାରକୁ ଯିବାକୁ ଦିଅନ୍ତି ନାହିଁ । ଏହାକୁ ନେଇ ସବୁବେଳେ ଘରେ ଝଗଡ଼ା ଲାଗୁଥିଲା । ତେଣୁ ଅଶାନ୍ତି ଓ ବିରକ୍ତିରେ ସେମାନଙ୍କ ଦିନ କଟୁଥିଲା । ଶେଷରେ ଧୈର୍ଯ୍ୟ ହରାଇ ପତ୍ନୀ ଗିରିଜା ନିଜ ସ୍ୱାମୀକୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କଲେ । ଏଥିରେ ୧୫ ବର୍ଷର ଝିଅକୁ ସିନା ସାମିଲ କଲା ହେଲେ ପୁଅକୁ ଏ ବିଷୟରେ କିଛି ଜଣାଇଲା ନାହିଁ ।

ଘଟଣା ଦିନ ରାତିରେ ବାପାର ଚିତ୍କାର ଶୁଣି ଶୋଇଥିବା ପୁଅ ହଠାତ ଉଠିପଡ଼ିଲା । ଦେଖିଲା ବେଳକୁ ତା ଭଉଣୀ ବାପାର କାନ୍ଧ ଉପରେ ମାଡ଼ି ବସିଛି ଆଉ ମା ଗୋଟିଏ ହାତୁଡ଼ିରେ ବାପାର ମୁଣ୍ଡକୁ ଛେଚି ଚାଲିଛି । ପୁଅ ତୁରନ୍ତ ସେଠାରୁ ଦୌଡ଼ି ପଳାଇ ଗଲା ଏବଂ ଘର ବାହାରୁ କବାଟ ବନ୍ଦ କରି ପାଖରେ ଥିବା ସବଲଗଡ଼ ଥାନାରେ ପହଞ୍ଚି ସବୁ କଥା କହିଦେଲା । ପରେ ପୋଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ରାଜକୁମାରଙ୍କ ଶବକୁ ଜବତ କରିବା ସହ ମା ଝିଅଙ୍କୁ ଗିରଫ କରିଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.