ଅଳ୍ପ ଦରମାରେ ଅସୁବିଧା ସହ କରଜ ବି ବଢ଼ୁଛି, ଆପଣାନ୍ତୁ ଏହି ବାସ୍ତୁ ଟିପ୍ସ, ଚାଲିଯିବ ଦୁଃଖ ଦିନ

ମା’ ଲକ୍ଷ୍ମୀଙ୍କୁ ଧନର ଦେବୀ ବୋଲି କୁହାଯାଏ । ମାତା ଲକ୍ଷ୍ମୀଙ୍କୁ ପୂଜା କଲେ ସବୁ ଅର୍ଥ କଷ୍ଟ ଦୂର ହୋଇଥାଏ । ଏହାଛଡ଼ା କୁବେର ଓ ଶୁକ୍ର ଗ୍ରହ ଦ୍ୱାରା ମଧ୍ୟ ଲାଭ ହୋଇଥାଏ । କୁହାଯାଏ ଶୁକ୍ରବାର ବିଶେଷ ଉପାୟ କରିବା ଦ୍ୱାର ସହଜରେ ଧନ ଲାଭ ହୋଇଥାଏ । ବିଶେଷ ସ୍ଥିତିରେ ଦାନ କଲେ ମଧ୍ୟ ଟଙ୍କା ପଇସାର ଅଭାବ ହୋଇ ନଥାଏ । ଆସନ୍ତୁ ଜାଣିବା କେଉଁ ଚମତ୍କାରୀ ଉପାୟ କରିବା ଦ୍ୱାରା ଧନ ସମସ୍ୟା ଦୂର ହୋଇଥାଏ ।

ଚାକିରିରେ କେମିତି ବଢ଼ିବ ଟଙ୍କା

ଶୁକ୍ରବାର ଦିନ ଓସ୍ତ ଗଛ ମୂଳେ ମିଠାଇ ଓ ପାଣି ରଖି ଦିଅନ୍ତୁ । ଏଥିସହ ବୃକ୍ଷକୁ ୩ ଥର ପରିକ୍ରମା କରନ୍ତୁ ଓ ଚାକିରିର ଉନ୍ନତି ପାଇଁ ପ୍ରାର୍ଥନା କରନ୍ତୁ । ପାରନ୍ତି ତ କିଛି ଓସ୍ତ ଗଛ ଲଗାଇ ଦିଅନ୍ତୁ । ଏ ଉପାୟ କରିବା ଦ୍ୱାରା ଚାକିରିରେ ଆସୁଥିବା ଧନ ସମସ୍ୟା ଦୂର ହେବ ।

କରଜ ସମସ୍ୟାରୁ ମୁକ୍ତି

ଯଦି ଆପଣଙ୍କୁ କରଜ ସହ ଜଡିତ ସମସ୍ୟା ହଇରାଣ କରୁଛି, ତେବେ ନିମ୍ବର ଏକ କାଠ ଘରକୁ ନେଇ ଆସନ୍ତୁ । ତାକୁ ପାଣିରେ ଧୋଇ କରି ସଫା କରିନିଅନ୍ତୁ । ଏହା ପରେ କାଚର ପାତ୍ରରେ ଲୁଣ ମିଶା ପାଣିରେ ରଖି ଦିଅନ୍ତୁ । କରଜ ସହ ଜଡିତ ସମସ୍ୟା ଆପେ ଆପେ ଦୂର ହୋଇଯିବ ।

କେମିତି ମିଳିବ ସମ୍ପତ୍ତି

ଶୁକ୍ରବାର ଦିନ ମା’ ଲକ୍ଷ୍ମୀଙ୍କୁ ଗୋଲାପ ଫୁଲ ମାଳା ଅର୍ପଣ କରନ୍ତୁ । ଏହା ପରେ ଘିଅ ଦୀପ ଜଳାଇ ଲକ୍ଷ୍ମୀଜୀଙ୍କୁ ଆରତି କରନ୍ତୁ । ଏହି ଦିନ ବାଳିକାଙ୍କୁ ଧଳା ମିଠା ଦାନ କରନ୍ତୁ ।

ଅଟକିଥିବା ଧନ କେମିତି ଫେରି ପାଇବେ

ଶୁକ୍ରବାର ଦିନ ଗରୀବଙ୍କୁ ମିଠାଇ ଓ କପଡା ବାଣ୍ଟନ୍ତୁ । ଏହି ଦିନ ଜଳରେ ଅଳ୍ପ ଦୁଧ ମିଶାଇ ଚନ୍ଦ୍ରମାଙ୍କୁ ଅର୍ଘ୍ୟ ଦିଅନ୍ତୁ । ଏହାପରେ ଅଟକିଥିବା ଧନ ଫେରି ପାଇବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.