Below header

ଭୁବନେଶ୍ୱର ବରମୁଣ୍ଡା ଅଞ୍ଚଳରୁ ୩୦ଲକ୍ଷ ଟଙ୍କା ଜବତ ଘଟଣା:ଆୟକର ବିଭାଗକୁ ମାମଲା ହସ୍ତାନ୍ତର କଲା ଖଣ୍ଡଗିରି ପୋଲିସ

କେନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ୱର ବରମୁଣ୍ଡା ଅଞ୍ଚଳରୁ ୩୦ଲକ୍ଷ ଟଙ୍କା ଜବତ ଘଟଣାରେ ଆୟକର ବିଭାଗକୁ ମାମଲା ହସ୍ତାନ୍ତର କଲା ଖଣ୍ଡଗିରି ପୋଲିସ। ତେବେ ଏ ପଯ୍ୟର୍ନ୍ତ ପାନ ମସଲା କମ୍ପାନୀର ମାଲିକ ଟଙ୍କା ସମ୍ବନ୍ଧୀୟ କୌଣସି କାଗଜପତ୍ର ପୋଲିସ ପାଖରେ ଦାଖଲ କରିପାରିନାହାନ୍ତି । ତେଣୁ ଜବତ ଟଙ୍କାକୁ ନେଇ ପୋଲିସର ଅଧିକ ସନ୍ଦେହ ବଢ଼ୁଛି ।

ଟ୍ୟାକ୍ସ ଫାଙ୍କିବା ପାଇଁ ବ୍ୟାଗରେ ଟଙ୍କା ଆଣୁଥିଲେ ନା ଟଙ୍କା ପଛରେ ଆଉ କିଛି କାରଣ ରହିଛି ସେନେଇ ଖୋଳତାଡ କରୁଛି ପୋଲିସ । ଶୁକ୍ରବାର ଖଣ୍ଡଗିରି ନିକଟ ତପୋବନ ପେଟ୍ରୋଲ ପମ୍ପ ସାମ୍ନାରୁ ଟଙ୍କା ଜଣେ ଯୁବକଙ୍କୁ ଅଟକ ରଖିଛି ପୋଲିସ। ଅଟକ ଯୁବକ ଓ ସଂସ୍ଥାର ମାଲିକଙ୍କୁ ଆୟକର ବିଭାଗ ପକ୍ଷରୁ ପଚରାଉଚରା କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.