ଘରେ ହାତ ବାନ୍ଧି ବସିଛନ୍ତି ଅନୁପମ ଖେରଙ୍କ ପୁଅ, କାମ ଦେବାକୁ ସୋସିଆଲ ମିଡିଆରେ କଲେ ଗୁହାରି

ବରିଷ୍ଠ ଅଭିନେତା ଅନୁପମ ଖେରଙ୍କ ପୁଅକୁ ମିଳୁନି କାମ। ବାପା ଏତେ ବଡ଼ ଷ୍ଟାର ହୋଇଥିଲେ ମଧ୍ୟ ଏବେ ଘରେ ହାତ ବାନ୍ଧି ବସିଛନ୍ତି ଅନୁପମଙ୍କ ପୁଅ ସିକନ୍ଦର ଖେର। ସିକନ୍ଦର ଖେର ମଧ୍ୟ ଜଣେ ଅଭିନେତା। ନିକଟରେ ସେ ତିନିଟି ୱେବ୍‌ ସିରିଜ୍‌ରେ କାମ କରିଛନ୍ତି। ତଥାପି ସେ କାମ ମାଗୁଛନ୍ତି। ସିକନ୍ଦର ଏକ ଫଟୋ ସେୟାର କରି କାମ ଦେବାକୁ ଗୁହାରି କରିଛନ୍ତି।

ସିକନ୍ଦର ନିଜର ଏକ ଫଟୋ ସେୟାର କରି କ୍ୟାପସନ୍‌ରେ ଲେଖିଛନ୍ତି ‘ଦୟା କରନ୍ତୁ: କାମର ଆବଶ୍ୟକତା ରହିଛି, ହସି ବି ପାରିବି’। ଅନ୍ୟପଟେ ପ୍ରଶଂସକମାନେ ୱେବ୍‌ସିରିଜ୍‌ରେ ସିକନ୍ଦରଙ୍କ ଅଭିନୟକୁ ବେଶ୍‌ ପ୍ରଶଂସା କରିଛନ୍ତି। ଜଣେ ୟୁଜର ଲେଖିଛନ୍ତି ‘ଆର୍ଯ୍ୟାରେ ଆପଣଙ୍କ କାମ ବେଶ୍‌ ଉଚ୍ଚକୋଟୀର ଥିଲା’। ସେହିପରି ଆଉ କିଛି ୟୁଜର ତାଙ୍କ ପୋଷ୍ଟରେ ମଜାଳିଆ କମେଣ୍ଟ ମଧ୍ୟ କରିଛନ୍ତି। ୟୁଜର ଲେଖିଛନ୍ତି ‘ସାର ମୁଁ ଯେତିକି ଜାଣିଛି ଅମିତାଭ ବଚ୍ଚନଙ୍କ ପରେ ଆପଣ ହେଉଛନ୍ତି ଦ୍ୱିତୀୟ ବ୍ୟସ୍ତ ବ୍ୟକ୍ତି’। ୟୁଜରଙ୍କ ଏହି କମେଣ୍ଟର ଜବାବରେ ସିକନ୍ଦର ଲେଖିଛନ୍ତି ‘ସାର ତା’ ହେଲେ କ’ଣ ଆପଣ ଚାହୁଁଛନ୍ତି ମୁଁ ଚଳୁଏ ପାଣିରେ ଡୁବି ମରିବି?’

ସୂଚନାଯୋଗ୍ୟ ଯେ ୨୦୨୦ ମସିହା ସିକନ୍ଦରଙ୍କ ପାଇଁ ବ୍ୟସ୍ତବହୁଳ ଥିଲା। ଚଳିତବର୍ଷ ସେ ୱେବ୍‌ସିରିଜ ମୁମ୍‌ଭାଇ, ଆର୍ଯ୍ୟା, ଦ ଚାର୍ଜସିଟ୍‌: ଇନୋସେଣ୍ଟ ଔର ଗିଲ୍‌ଟିରେ କାମ କରିଛନ୍ତି। କିନ୍ତୁ ତାଙ୍କର ଏହି ଇନ୍‌ଷ୍ଟାଗ୍ରାମ୍‌ ପୋଷ୍ଟ ଦେଖିଲେ ଲାଗୁଛି ଏବେ ତାଙ୍କ ପାଖରେ କୌଣସି କାମ ନାହିଁ। ସିକନ୍ଦର ଖୁବ୍‌ଶୀଘ୍ର ଅକ୍ଷୟ କୁମାରଙ୍କ ଆକ୍ସନ୍‌ ଡ୍ରାମା ଫିଲ୍ମ ‘ସୂର୍ଯ୍ୟବଂଶୀ’ରେ ନଜର ଆସିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.