୧୮ ମାସ ହେଲା ଶୌଚ ହୋଇ ନାହାଁନ୍ତି ଏହି ଯୁବକ, କିନ୍ତୁ ପ୍ରତିଦିନ ଖାଇଯାଆନ୍ତି ୧୮ରୁ ୨୦ ରୁଟି

ବେଳେ ବେଳେ ଏମିତି ଅନେକ ଆଶ୍ଚର୍ଯ୍ୟଜନକ ଖବରମାନ ଆପଣଙ୍କ ସାମ୍ନାକୁ ଆସିଥାଏ । ଯାହାକୁ ଆପଣ ଅବିଶ୍ବାସ କଲେ ମଧ୍ୟ ତାହା ସତ ହୋଇଥାଏ । ଏହି ଖବର ଯେତେବେଳେ ଚର୍ଚ୍ଚାକୁ ଆସେ ଏହାର ସତ୍ଯତା ଜଣାପଡିଥାଏ । ଏମିତି ଏକ ଘଟଣା ମଧ୍ୟପ୍ରଦେଶରେ ଦେଖିବାକୁ ମିଳିଛି । ଏଠାରେ ଜଣେ ୧୬ବର୍ଷୀୟ ପିଲାଙ୍କୁ ଅଜବ ରୋଗ ହୋଇଛି । ଯାହାଫଳରେ ସେ ଗତ ୧୮ ମାସ ହେଲା ବିନା ଶୌଚରେ ରହିଛନ୍ତି।
ଉକ୍ତ ଘଟଣାଟି ମଧ୍ୟ ପ୍ରଦେଶର ମୁରେନା ଜିଲ୍ଲାରେ ଘଟିଛି । ପିଲା ଜଣଙ୍କ ପ୍ରତିଦିନ ୧୮ରୁ୨୦ ଖଣ୍ଡ ରୁଟି ଖାଉଛନ୍ତି । ହେଲେ ଶୈାଚ ହେବାକୁ ଯାଉ ନାହାଁନ୍ତି । କିନ୍ତୁ ଆଶ୍ଚର୍ଯ୍ୟର କଥା ଏଯାଏ ତାଙ୍କର କୌଣସି ସମସ୍ୟା ହୋଇନି । ହେଲେ, ତାଙ୍କ ପରିବାର ଲୋକ ପୁଅକୁ ନେଇ ଚିନ୍ତିତ ଯେ ପୁଅ ଯେପରି କୌଣସି ଗୁରୁତର ରୋଗର ଶିକାର ନହେଉ।

ଡାକ୍ତର ମଧ୍ୟ ଯାଞ୍ଚ କଥା କହି ଦୂରେଇ ଯାଉଛନ୍ତି । ମୁରେନାର ସବଜିତ୍ ନିବାସୀ ମନୋଜ ଚାନ୍ଦିଲାଙ୍କର ୧୬ ବର୍ଷୀୟ ପୁଅ ହେଉଛନ୍ତି ଆଶିଷ ଚାନ୍ଦିଲା । ଗତ ୧୮ ମାସରୁ ସେ ଶୌଚ ହେବାକୁ ଯାଇନାହାନ୍ତି । ଏହି ରୋଗର ସୂଚନା ମିଳିବା ପରେ ପରିଜନମାନେ ମୁରେନା-ଭିଣ୍ଡଙ୍କୁ ଗ୍ୱାଲିୟରର ଅନେକ ଡାକ୍ତରଙ୍କୁ ଦେଖାଇଥିଲେ । ରୋଗ ବିଷୟରେ ଜାଣିବାକୁ ପରୀକ୍ଷା ବି କରାଇଲେ । କିନ୍ତୁ ଏବେ ସୁଦ୍ଧା କେହି ଏହି ଅଜଣା ରୋଗକୁ ଚିହ୍ନଟ କରି ପାରୁନାହାଁନ୍ତି ।

mp

ଆଶିଷ ପ୍ରତିଦିନ ୧୮ରୁ ୨୦ ଟି ରୁଟି ଭୋଜନରେ ଖାଇଥାନ୍ତି । ଏହାସତ୍ତ୍ୱେ ମଧ୍ୟ ତାଙ୍କର ପେଟ ଓ ଶରୀରରେ କୌଣସି ସମସ୍ୟା ହୋଇନାହିଁ। ସାଧାରଣ ଅବସ୍ଥାରେ ଏହି ପିଲାଟି ନିଜର ଦୈନନ୍ଦିନ ଜୀବନ ବିତାଉଛନ୍ତି। ଏହି ଘଟଣାରେ ଶିଶୁରୋଗ ବିଶେଷଜ୍ଞ ରୋଗ ବିଷୟରେ କହିଛନ୍ତି କି, ଏହି ରୋଗର ବଡ ଯାଞ୍ଚ ହେବା ଦରକାର । ବିନା ଯାଞ୍ଚ କରି କୌଣସି ସମ୍ଭାବନା କିମ୍ବା ଆଶଙ୍କା ନେଇ କହିବା ଉଚିତ ହେବ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.