Below header

ରିଜେନେରନ୍‌ ଆଣ୍ଟିବଡି କକ୍‌ଟେଲକୁ ଜରୁରୀକାଳୀନ କୋଭିଡ୍‌ ରୋଗୀଙ୍କ ବ୍ୟବହାର ପାଇଁ ଅନୁମତି ଦେଲା FDA, ଏଥିରେ ସୁସ୍ଥ ହୋଇଥିଲେ ଟ୍ରମ୍ପ୍‌

କେନ୍ୟୁଜ୍(ବ୍ୟୁରୋ):  ରିଜେନେରନ୍‌ ଆଣ୍ଟିବଡି କକ୍‌ଟେଲକୁ ଅନୁମତି । ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଲା FDA । ସାମାନ୍ୟରୁ ମଧ୍ୟମ ରୋଗରେ ଆକ୍ରାନ୍ତ କୋଭିଡ୍‌ ରୋଗୀଙ୍କ ପାଇଁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରାଯାଇଛି । ଆମେରିକୀୟ କମ୍ପାନୀ ରିଜେନେରୋନ୍‌ ଦ୍ୱାରା ପ୍ରସ୍ତୁତ ଆଣ୍ଟିବଡି ଟ୍ରମ୍ପଙ୍କୁ ଦିଆଯାଇଥିଲା । ତୁରନ୍ତ ସେ ସୁସ୍ଥ ଅନୁଭବ କରିଥିଲେ ।

ତାଙ୍କୁ ଏହି ଚିକିତ୍ସା ସଂପୂର୍ଣ୍ଣ ସୁସ୍ଥ କରିଛି ବୋଲି ଟ୍ରମ୍ପ ଦାବି କରିଥିଲେ । ତାଙ୍କ ଚିକିତ୍ସା ପାଇଁ ବ୍ୟବହାର ହୋଇଥିବା ରିଜେନେରନ୍‌ ଚିକିତ୍ସା ସମସ୍ତ ଆମେରିକୀୟଙ୍କ ପାଇଁ ସେ ମାଗଣାରେ ଉପଲବ୍‌ଧ କରାଇବେ ବୋଲି କହିଥିଲେ । ପ୍ରଥମ କରି ଟ୍ରମ୍ପଙ୍କ ଉପରେ ଏହି ଚିକିତ୍ସାର ପ୍ରୟୋଗ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.