IOCL ରେ ଖାଲିପଡିଛି ୪୩୬ ପଦବୀ, ଜାଣନ୍ତୁ କେମିତି କରିବେ ଆବେଦନ

ଇଣ୍ଡିଆନ୍‌ ଅଏଲ କର୍ପୋରେସନ୍‌ ଲିମିଟେଡ(IOCL) ରେ ଆପ୍ରେଣ୍ଟିସ ପଦବୀ ଖାଲି ପଡିଛି। ଏଠାରେ ଖାଲିପଡିଥିବା ୪୩୬ ପଦବୀରେ ନିଯୁକ୍ତି କରାଯିବ। ଏଥିପାଇଁ ଆବେଦନ କରିବାର ପ୍ରକ୍ରିୟା ୨୩ ନଭେମ୍ବରରୁ ଆରମ୍ଭ ହେବ । ଆବେଦନ କରିବାର ଶେଷ ତାରିଖ ୧୯ ଡିସେମ୍ବର ରହିଥିବା ଜଣାଯାଇଛି।

ଶିକ୍ଷାଗତ ଯୋଗ୍ଯତା:

IOCL Recruitment ଅଧୀନରେ ବିଭିନ୍ନ ଟ୍ରେଡସ୍ ପାଇଁ ଅଲଗା ଅଲଗା ଶିକ୍ଷାଗତ ଯୋଗ୍ଯତା ନିର୍ଦ୍ଧାରିତ କରାଯାଇଛି। ସାଧାରଣ ବର୍ଗ ପାଇଁ ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୧୮ ବର୍ଷ ଏବଂ ସର୍ବାଧିକ ବୟସ ୨୪ ବର୍ଷ ହୋଇଥିବା ଆବଶ୍ଯକ। ସେହିପରି ଅନୁସୂଚିତ ଜାତି, ଜନଜାତି ଏବଂ ଅନ୍ଯାନ୍ଯ ବର୍ଗ ପାଇଁ ଅଧିକତମ ବୟସ ନିମୟ ଅନୁସାରେ ରିହାତି ମିଳିବ।

ଜରୁରୀ ତାରିଖ: ଆବେଦନ କରିବାର ତାରିଖ ୨୩ ନଭେମ୍ବର ୨୦୨୦ରୁ ଆରମ୍ଭ ହେଉଥିବା ବେଳେ ଅନଲାଇନ ଆବେଦନ କରିବାର ଶେଷ ତାରିଖ ୧୯ ଡିସେମ୍ବର, ୨୦୨୦ ରହିଛି।

job

ଟ୍ରେନିଂ ସମୟ : ଟ୍ରେଡ ଆପ୍ରେଣ୍ଟିସ ଅଧୀନରେ ଡାଟା ଏଣ୍ଟ୍ରି ଅପରେଟର ଏବଂ ଟ୍ରେଡ ଆପ୍ରେଣ୍ଟିସ-ଡାଟା ଏଣ୍ଟ୍ରି ଅପରେଟର ପାଇଁ ୧୫ ମାସର ଟ୍ରେନିଂ ରହିଛି। ସେହିପରି ଅନ୍ଯ ସବୁ ପଦବୀ ପାଇଁ ୧୨ ମାସର ଟ୍ରେନିଂ ସମୟ ରହିଛି।

ଚୟନ ପ୍ରକ୍ରିୟା : IOCL ରେ ଲିଖିତ ପରୀକ୍ଷା ଆଧାରରେ ପ୍ରାର୍ଥୀଙ୍କ ଚୟନ କରାଯିବ। ପରୀକ୍ଷାରେ ବହୁ ବିକଳ୍ପ ପ୍ରଶ୍ନ ପଚରାଯିବ।

ଏମିତି କରନ୍ତୁ ଆବେଦନ : ଏହି ପଦରେ ଚାକିରି ପାଇବାକୁ ଥିବା ଇଚ୍ଛୁକ ଏବଂ ଯୋଗ୍ଯ ପ୍ରାର୍ଥୀ ଅଫିସିଆଲ ୱେବସାଇଟ iocl.com କୁ ଯାଇ ଅନଲାଇନରେ ଆବେଦନ କରିପାରିବେ।

ଅଧିକ ବିବରଣୀ ପାଇଁ ଏଠାରେ କ୍ଲିକ କରନ୍ତୁ…

https://iocl.com/PeopleCareers/PDF/final_website_notification_for_apprenticeship_recruitment.pdf

https://iocl.com/

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.