ଗ୍ରାମାଞ୍ଚଳରେ ଭଲିବଲରେ ବିକାଶ ଦିଗରେ ଉଦ୍ୟମ କରାଯିବ: ଭାରତୀୟ ଭଲିବଲ ଫେଡେରେସନର ନବ ନିର୍ବାଚିତ ସଭାପତି ଡ. ଅଚ୍ୟୁତ ସାମନ୍ତ

କେନ୍ୟୁଜ୍(ବ୍ୟୁରୋ):  ଓଡିଶାରେ ଭଲିବଲକୁ ଗାଁ ଗହଳି ଠାରୁ ଆରମ୍ଭ କରି ସବୁଠି ଲୋକପ୍ରିୟ କରାଯିବ । ଭାରତୀୟ ଭଲିବଲ ଫେଡେରେସନର ନବ ନିର୍ବାଚିତ ସଭାପତି ଡ. ଅଚ୍ୟୁତ ସାମନ୍ତ ଏହା ପ୍ରକାଶ କରିଛନ୍ତି । ଗ୍ରାମାଞ୍ଚଳରେ ଭଲିବଲରେ ବିକାଶ ଦିଗରେ ଉଦ୍ୟମ କରାଯିବ । ଓଡ଼ିଶାରେ ଅନେକ ପ୍ରତିଭାବାନ ଭଲିବଲ ଖେଳାଳି ଅଛନ୍ତି । ସେମାନଙ୍କୁ ଆଗକୁ ଆଣିବା ସହ କିପରି ଭାରତୀୟ ଭଲିବଲ ଦଳରେ ସାମିଲ ହୋଇପାରିବେ ସେଥିପାଇଁ ପ୍ରୟାସ କରାଯିବ ।

ଆଜି ଭିଏଫଆଇ କାଯ୍ୟର୍କାରିଣୀର ଭର୍ଚୁଆଲରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଡ. ଅଚ୍ୟୁତ ସାମନ୍ତ ଅଧ୍ୟକ୍ଷତା କରିଥିଲେ । ନିକଟରେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡକ୍ଚର ଅଚ୍ୟୁତ ସାମନ୍ତ, ଭାରତୀୟ ଭଲିବଲ ମହାସଂଘ-VFIର ସଭାପତି ହେବା ସହ ଦେଶର ଶୀର୍ଷ କ୍ରୀଡ଼ା ସଂଘ, ଭାରତୀୟ ଅଲିମ୍ପିକ୍ସ ସଂଘର ସଦସ୍ୟର ମାନ୍ୟତା ପାଇଛନ୍ତି। VFIର ସଭାପତି ଭାବେ ଡ. ଅଚ୍ୟୁତ ସାମନ୍ତ ୨୦୨୦ରୁ ୨୦୨୪ ଯାଏ ଚାରି ବର୍ଷ ପଯ୍ୟର୍ନ୍ତ ଦାୟିତ୍ୱ ନିର୍ବାହ କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.