Below header

ଚିତାବାଘକୁ ଡରାଇଲା ବାଘ, ପାଣି ପିଉଥିବାବେଳେ ଛାନିଆରେ ଡେଇଁଲା ଏପରି, ଦେଖନ୍ତୁ ଭିଡିଓ

ଏମିତି କ’ଣ ଆପଣଙ୍କ ସହିତ ବି ହୋଇଛି, ଯେଉଁଥିରେ ଆପଣଙ୍କ ସାଙ୍ଗ ଲୁଚି ରହି ଡରାଇବାକୁ ଚେଷ୍ଟା କରିଛନ୍ତି । ଆଉ ଆପଣ ସେଥିରେ ଡରି ଯାଇ ଆପଣଙ୍କ ହାର୍ଟବିଟ ବଢ଼ିଯାଇଛି। ଏମିତି ପ୍ରାୟ ସମସ୍ତଙ୍କ ସହିତ ହୋଇଥିବ, କାହିଁକିନା ଏମିତି କାମ ସାଙ୍ଗ କରିବେନି ତ ଆଉ କିଏ କରିବ। ଠିକ ଏମିତି କାମ କେବଳ ମଣିଷ ନୁହଁନ୍ତି ବରଂ ପଶୁମାନଙ୍କ ଠାରେ ମଧ୍ୟ ଦେଖିବାକୁ ମିଳେ। ଦେଖିବାକୁ ମିଳିଛି ଯେ ଏକ ବାଘ ଆଉ ଗୋଟିଏ ବାଘକୁ ଡରାଇଛି। ଆଜ୍ଞା ହଁ, ଆପଣ ଶୁଣି ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଗଲେ ନା । କିନ୍ତୁ ଏହା ବିଲକୁଲ୍ ସତ।

ବର୍ତ୍ତମାନ ସୋସିଆଲ ମିଡିଆରେ ଦୁଇ ବାଘଙ୍କ ଏହି ଭିଡିଓ ଖୁବ୍ ଭାଇରାଲ ହେଉଛି। ଯେଉଁଥିରେ ଦେଖିବାକୁ ମିଳୁଛି ଯେ ରାତିରେ ଗୋଟେ ଚିତାବାଘ ପାଣି ପିଉଛି ଏବଂ ପଛପଟୁ ଆଉ ଗୋଟେ ଚିତାବାଘ ଆସି ସାଙ୍ଗ ଭଳି ଦୁଷ୍ଟାମୀ କରୁଛି। ଯେଉଁଥିରେ ଅନ୍ୟ ବାଘଟି ଡରିମରି ଏକଦମ୍ ଛାନିଆ। ଆଉ ଅଧାରୁ ପାଣି ପିଇବା ଛାଡି ଏକଦମ୍ ଛୁ ମାରୁଛି।

ଏହି ଭିଡିଓକୁ ଆଇଏଫଏସ ଅଫିସର ପରବିନ କାସଓ୍ଵାନ ନିଜ ଟ୍ଵିଟର ଆକାଉଣ୍ଟରେ ସେୟାର କରିଛନ୍ତି। ତେବେ ସେୟାର ହେବାର ମାତ୍ର କିଛି ସମୟ ମଧ୍ୟରେ ଏହା ଖୁବ୍ ଭାଇରାଲ ହେଉଛି। ଆଉ ଏହି ଭିଡିଓକୁ ଲୋକେ ଖୁବ୍ ପସନ୍ଦ ମଧ୍ୟ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.