ଆସୁଛି LG ର ସ୍ବତନ୍ତ୍ର ରୋଲେବଲ୍ ଲାପଟପ୍, କିବୋର୍ଡ ସ୍କ୍ରିନ୍କୁ କରିପାରିବେ ବଡ ଏବଂ ଛୋଟ

ସାଉଥ କୋରିଆ କମ୍ପାନୀ LG ରୋଲେବଲ ଟିଭି ପରେ ଏବେ ରୋଲେବଲ ଲାପଟପ୍ ଲଞ୍ଚ୍ କରିବା ପାଇଁ ପ୍ରସ୍ତୁତି ଚଳାଇଛି। ଖବର ମୁତାବକ, ଏଲଜି ରୋଲବେଲ ସ୍କ୍ରିନ ଅର୍ଥାତ୍ ଏହାକୁ ଆପଣ ମୋଡି ଛୋଟ କିମ୍ବା ବଡ କରିପାରିବେ। ଯାହାର ସ୍କ୍ରିନ ୧୭ ଇଞ୍ଚର ରହିଛି। ଆପଣ ତାହାକୁ ରୋଲ କରି ୧୩.୩ ଇଞ୍ଚ କରିପାରିବେ। ଏହାସହିତ ଏଲଜିର ଅପକମିଂ ରୋଲବେଲ ଲାପଟପ୍ ରେ କିବୋର୍ଡ ମଧ୍ୟ ରୋଲ୍ କରିପାରିବେ, ଯାହାକୁ ଆପଣ ବଡରୁ ଛୋଟ କରିପାରିବେ।

LG ଗତ କିଛିଦିନ ହେଲାଣି ରୋଲେବଲ୍ ଡିସପ୍ଲେଯୁକ୍ତ ଲାପଟପ୍, ଟିଭି ଏବଂ ସ୍ମାର୍ଟଫୋନ୍ ଡେଭଲପ୍ କରିବା ପାଇଁ ଚେଷ୍ଟା ଜାରି ରଖିଛି। କମ୍ପାନୀ କିଛିଦିନ ପୂର୍ବରୁ ଦୁନିଆର ପ୍ରଥମ ରୋଲେବଲ ଟିଭିକୁ ସାଉଥ କୋରିଆରେ ବିକ୍ରି ଆରମ୍ଭ କରିଦେଇଛି। ପୂର୍ବରୁ LG ଫୋଲ୍ଡବେଲ ସ୍ମାର୍ଟଫୋନ ଲଞ୍ଚ୍ କରିସାରିଛି ଏବଂ ଆଗକୁ ଫୋଲ୍ଡବେଲ ଲାପଟପ୍ କରିବା ପାଇଁ କାମ ଚାଲୁ ରଖିଛି। ଏହି ଲାପଟପ୍ ଲଞ୍ଚ୍ ହେବା ପରେ ୟୁଜର୍ସ ନିଜ ଆବଶ୍ଯକତା ଅନୁଯାୟୀ ସ୍କ୍ରିନକୁ ବଡ ଏବଂ ଛୋଟ କରି କାମ କରିପାରିବ। ଆଉ ଦରକାର ପଡିଲେ ଅତି ସହଜରେ ଏହାକୁ ବ୍ଯାଗ୍ ରେ ଛୋଟ କରି ରଖି ମଧ୍ୟ ପାରିବ।

lg lap

ରିପୋର୍ଟ ମୁତାବକ, LG ଯେଉଁ ରୋଲେବଲ୍ ଲାପଟପ୍ ଲଞ୍ଚ୍ କରିବାକୁ ଯାଉଛି, ତାହା ଅନରୋଲ୍ ହେଲା ପରେ ସାଉଣ୍ଡ ବାର ଭଳି ଦେଖାଯିବ। ସ୍କ୍ରିନ ସାଇଡରେ ପାୱର ବଟନ ରହିବ। ଏହି ଲାପଟପ୍ ର ଟପପ୍ଯାଡ୍ ଏବଂ କି ବୋର୍ଡକୁ ମୋଡି ହାଫ୍ ସାଇଜ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.