Below header

ପ୍ରେମ ପାଇଁ ପିଶାଚ ପାଲଟିଲା ପୁରୁଷ ବନ୍ଧୁ ! ଖୋଲିଲା ଲେଡି ପୋଷ୍ଟମାଷ୍ଟର ହତ୍ୟା ଗୁମର

ପ୍ରେମ ପାଇଁ ହତ୍ୟା । ପିଶାଚ ପାଲଟିଲା ପୁରୁଷ ବନ୍ଧୁ । ସୁନ୍ଦରଗଡ଼ରେ ଲେଡି ପୋଷ୍ଟମାଷ୍ଟରଙ୍କୁ ହତ୍ୟାର ଖୋଲିଲା ଗୁମର । ପ୍ରେମରେ ବିଫଳ ହେବାରୁ ମହିଳା ପୋଷ୍ଟମାଷ୍ଟର ସ୍ନିଗ୍ଧା ପ୍ରଧାନଙ୍କୁ ହତ୍ୟା କରାଯାଇଛି । ପଚରାଉଚରା ବେଳେ ସତ ମାନିଛି ପୁରୁଷବନ୍ଧୁ ନୟନ ସେଠୀ ।

ସୁନ୍ଦରଗଡ଼(କେନ୍ୟୁଜ୍‌): ପ୍ରେମ ପାଇଁ ହତ୍ୟା । ପିଶାଚ ପାଲଟିଲା ପୁରୁଷ ବନ୍ଧୁ । ସୁନ୍ଦରଗଡ଼ରେ ଲେଡି ପୋଷ୍ଟମାଷ୍ଟରଙ୍କୁ ହତ୍ୟାର ଖୋଲିଲା ଗୁମର । ପ୍ରେମରେ ବିଫଳ ହେବାରୁ ମହିଳା ପୋଷ୍ଟମାଷ୍ଟର ସ୍ନିଗ୍ଧା ପ୍ରଧାନଙ୍କୁ ହତ୍ୟା କରାଯାଇଛି । ପଚରାଉଚରା ବେଳେ ସତ ମାନିଛି ପୁରୁଷବନ୍ଧୁ ନୟନ ସେଠୀ । ଦୋଷ ସ୍ୱୀକାର କରିବା ସହ ସ୍ନିଗଧାଙ୍କୁ କାହିଁକି ଓ କେମିତି ହତ୍ୟା କଲା ପୋଲିସକୁ କହିଥିବା ସୂଚନା ମିଳିଛି ।

ଖୁବଶୀଘ୍ର ତାକୁ ଘଟଣାସ୍ଥଳକୁ ନେଇ ତନାଘନା ତଦନ୍ତ ସହ କ୍ରାଇମ ସିନ୍‌ ରିକ୍ରିଏସନ୍‌ କରିପାରେ ଲେଫ୍ରିପଡା ଥାନା ପୋଲିସ । ତେଲେନଡିହିର ପୋଷ୍ଟମାଷ୍ଟର ସ୍ନିଗ୍ଧା ପ୍ରଧାନଙ୍କୁ ହତ୍ୟା ପରେ ହ୍ଵାଟ୍‌ସ ଆପ୍‌ ମେସେଜରେ ତାଙ୍କ ପରିବାରକୁ ଜଣାଇଥିଲା ଦୁର୍ବୃତ୍ତ । ବେଲସରିଆପଡ଼ା ଜଙ୍ଗଲରୁ ସ୍ନିଗ୍ଧାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା ।

ଗତ ସୋମବାର ଦିନ ସ୍ନିଗ୍ଧା ଟିକିଲିପଡ଼ା ଘରୁ ନିଜ ସଂପର୍କୀୟ ଭାଇଙ୍କ ସହିତ ଅଫିସ ବାହାରିଥିଲେ । ଲେଫ୍ରିପଡ଼ାରେ କିଛି କାମ ଥିବାରୁ ସଂପର୍କୀୟ ଭାଇଙ୍କୁ ଘରକୁ ଫେରିଯିବା ପାଇଁ କହିଥିଲେ ସ୍ନିଗ୍‌ଧା । ପରେ ସ୍ନିଗ୍ଧାଙ୍କ ମାଆଙ୍କ ମୋବାଇଲ ଫୋନରେ ଏକ ଅଜଣା ନମ୍ବରରୁ ଆସିଥିଲା ହ୍ଵାଟ୍‌ସଆପ୍‌ ମେସେଜ । ସ୍ନିଗ୍ଧା ଓ ତାଙ୍କ ପ୍ରେମିକ ନୟନକୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ମେସେଜ୍‌ରେ ଲେଖା ଯାଇଥିଲା । ଲୋକେସନ ମଧ୍ୟ ସେୟାର କରିଥିଲା ଦୁର୍ବୃତ୍ତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.