Below header

କଲରାବାଙ୍କରେ ନୀଳିମାରାଣୀଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକ ପାଳିତ, ଯୋଗ ଦେଲେ ବହୁ ବିଶିଷ୍ଟ ବ୍ୟକ୍ତି

କଟକ ଜିଲ୍ଲାର ଆଦର୍ଶ ଗାଁ କଲରାବାଙ୍କରେ ନୀଳିମା ରାଣୀଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକ ପାଳିତ । ସ୍କୁଲ ପିଲାଙ୍କ ଗହଣରେ ଶ୍ରାଦ୍ଧବାର୍ଷିକ ପାଳନ ହୋଇଥିଲା । ଏହାସହ ନୀଳିମାରାଣୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଏହି ଅବସରରେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ପିଲାଙ୍କ ସହ ନୀଳିମା ରାଣୀଙ୍କ ଜୀବନୀ ଉପରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କାଦମ୍ବିନୀ ଓ କୁନିକଥାର ସମ୍ପାଦିକା ଡ. ଇତି ସାମନ୍ତ, ନୀଳିମାରାଣୀ ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସାମନ୍ତ, କଲରାବାଙ୍କ ଗ୍ରାମ କମିଟି ସଭାପତି ଅଞ୍ଜନ କୁମାର ସାମନ୍ତ, ସମ୍ପାଦକ ଅଭିନ ଚନ୍ଦ୍ର କେଶ, ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୀଳିମାରାଣୀଙ୍କ ଉପରେ ଏକ ଗଳ୍ପ ପ୍ରତିଯୋଗିତା ହୋଇଥିଲା । ଆସନ୍ତା ୨୧ରେ ନୀଳିମାରାଣୀଙ୍କ ଜୟନ୍ତୀ ପାଳନ ଅବସରରେ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବ ବୋଲି ଡ.ସାମନ୍ତ କହିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.