Below header

ଲାଲ୍‌ବାହିନୀକୁ ଝଟ୍‌କା, ପୋଲିସ ଗୁଳିରେ ଟଳିପଡିଲେ ୯ ମାଓବାଦୀ

ମାଲକାନଗିରି(କେନ୍ୟୁଜ୍): ଲାଲ୍‌ବାହିନୀକୁ ଝଟ୍‌କା। ମାଲକାନଗିରି ସୀମାନ୍ତ ଛତିଶଗଡ଼ ସକଲାର ଜଙ୍ଗଲରେ ପୋଲିସ ଗୁଳିରେ ଟଳିପଡିଲେ ୯ ମାଓବାଦୀ। ମୃତକଙ୍କ ମଧ୍ୟରେ ରହିଛି କାର୍ଡକୋର ମାଓନେତା ତାତି ଭୀମା। ଭୀମାକୁ ଧରାଇଦେବା ପାଇଁ ଛତିଶଗଡ଼ ରାଜ୍ୟ ସରକାର ୮ଲକ୍ଷ ଟଙ୍କା ପୁରସ୍କାର ରଖିଥିଲେ। ଦକ୍ଷିଣ ବସ୍ତର ମାଓ ସଙ୍ଗଠନର ଟ୍ରେନିଂ କମାଣ୍ଡର ଭାବେ ଦୀର୍ଘ ବର୍ଷ ହେଲା କାମ କରୁଥିଲା ଭୀମା।

vimaବସ୍ତର ଜିଲ୍ଲାରେ ଜଙ୍ଗଲ ଭିତରେ ଦେଉଥିଲା ପୋଲିସ ସହ ମୁକାବିଲା ପାଇଁ ରଣକୌଶଳ। ଗରିଲା ଯୁଦ୍ଧ ଠାରୁ ଆରମ୍ଭ କରି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ବ୍ୟବହାର ନେଇ ସମ୍ପର୍କରେ ଟ୍ରେନିଂ ଦେବାରେ ମାହିର ଥିଲା ତାତି ଭୀମା। ଏହି ଏନ୍‌କାଉଣ୍ଟରରେ ଭୀମାର ମୃତ୍ୟୁ ପରେ ମାଓ ସଙ୍ଗଠନକୁ ଶକ୍ତ ଧକ୍କା ଲାଗିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.