Below header

ଅପରାଜିତାଙ୍କ ମନ୍ତବ୍ୟ ନେଇ ରାଜ୍ୟ ବିଜେପିରେ ଝ଼ଡ, ତୁହାକୁ ତୁହା ବୈଠକ

କେନ୍ୟୁଜ୍(ବ୍ୟୁରୋ): ଅପରାଜିତା ବନାମ ରାଜ୍ୟ ବିଜେପି । ଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ସହ ରାଜ୍ୟ ସଭାପତିଙ୍କ ପ୍ରଥମେ ଭେଟଘାଟ୍‌ । ପରେ ବିଜେପି ବିଧାୟକ ଦିଲ୍ଲୀ ଗସ୍ତ କରି କେନ୍ଦ୍ରମନ୍ତ୍ରୀଙ୍କୁ ସାକ୍ଷାତ ଆଲୋଚନା କରିବା ପରେ ଏହାର ଆଭାସ ମିଳୁଛି। ପୌର ପରାଜୟ ପାଇଁ ରାଜ୍ୟ ନେତୃତ୍ୱ ଦାୟୀ। ଅପରାଜିତାଙ୍କ ଏ ମନ୍ତବ୍ୟ ଦଳ ଭିତରେ ଝ଼ଡ ସୃଷ୍ଟି କରିଛି। ତୁହାକୁ ତୁହା ବୈଠକ ବସୁଛି। ଦିଲ୍ଲୀରୁ ଫେରିବା ପରେ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର କହିଛନ୍ତି, ଆମେ ମିଳିତ ନେତୃତ୍ୱକୁ ବିଶ୍ୱାସ କରୁ। ଏକକ ନେତୃତ୍ୱରେ ନୁହେଁ। ୨୦୨୪ ପୂର୍ବରୁ ରାଜ୍ୟ ସଙ୍ଗଠନକୁ ମଜଭୁତ କରାଯିବ। ଦିଲ୍ଲୀରେ ଆମେ କିଛି କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟିଛୁ। ଆଗକୁ କଣ ହେବ ଅପେକ୍ଷା କର । ଏହି ପ୍ରସଙ୍ଗରେ ବିଧାୟକ ବିଷ୍ଣୁ ସେଠୀ ପ୍ରତିକ୍ରିୟା ରଖିଛନ୍ତି। ଯିଏ ହାରିଛି, ସେ ଦୁର୍ବଳ ସଙ୍ଗଠନ କଥା କହିବ । ଯିଏ ଜିତିଛି ସେ ସଙ୍ଗଠନ ବାବଦରେ ଭଲ କଥା କହିବ। ଅପରାଜିତା ଯାହା କହିଛନ୍ତି ତାହା ତାଙ୍କ ବ୍ୟକ୍ତିଗତ କଥା।

bjp2

ଗୁରୁତ୍ୱପୂର୍ଣ୍ଣ କଥା ହେଲା-ପୌର ଫଳାଫଳ ବାହାରିବାର ଦିନକ ପରେ ଭୁବନେଶ୍ୱର ସାଂସଦ ଅପରାଜିତା ପରାଜୟ ପାଇଁ ରାଜ୍ୟ ନେତୃତ୍ୱକୁ ଦାୟୀ କରିଥିଲେ। ଏହାର ଦିନ କେଇଟା ପରେ ରାଜ୍ୟ ସଭାପତି ଦିଲ୍ଲୀ ଯାଇ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଭେଟି ଆଲୋଚନା କରିଥିଲେ। ପରେ ବିଜେପି ବିଧାୟକମାନେ ଦିଲ୍ଲୀ ଗସ୍ତରେ ଯାଇଥିଲେ। ରାଜ୍ୟ ବିଜେପି ସଭାପତି ଓ ତାଙ୍କ ଟିମ୍‌ର ଦିଲ୍ଲୀ ଗସ୍ତ ସହ ଅପରାଜିତାଙ୍କ ମନ୍ତବ୍ୟର କିଛି ସମ୍ପର୍କ ରହିଛି ନା ଏହା ଏକ ସଂଯୋଗ ମାତ୍ର ତାକୁ ନେଇ ପ୍ରଶ୍ନ ଉଠୁଛି।

୨୦୨୪ ପାଇଁ ରାଜ୍ୟ ବିଜେପି ଏବେ ମାନସମନ୍ଥନ ଆରମ୍ଭ କରିଛି। ୨୦୧୭ ପଞ୍ଚାୟତ ନିର୍ବାଚନ ଓ ୨୦୧୯ ସାଧାରଣ ନିର୍ବାଚନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ନିର୍ବାଚନ ଲଢି ଭଲ ଫଳାଫଳ ପ୍ରଦର୍ଶନ କରିଥିଲା ଦଳ। କିନ୍ତୁ ଏଥର ଦୁଇଟି ଯାକ ନିର୍ବାଚନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଅନୁପସ୍ଥିତ ଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.