ବିଦେଶରେ ଭାରତୀୟ କଏଦୀଙ୍କ ସଂଖ୍ୟା, କେମିତି ଅଣାଯାଏ ଏମାନଙ୍କୁ ଜାଣନ୍ତୁ

ଯୁଗ ଯେତେ ଆଗକୁ ଆଗକୁ ତାର ଡେଣା ମେଲାଉଛି ସେହି ଭିତରେ ଲୋକେ ସେତେ ସେତେ ଆଗକୁ ଆଗକୁ ପାଦ ବଢାଇ ଚାଲିଛନ୍ତି । ଆପଣ ଜାଣନ୍ତି କି ବର୍ତ୍ତମାନ କେତେ ଲୋକେ ଏବେ ଭାରତ ବାହାରେ । କିଏ ପଢିବା ଲକ୍ଷ୍ୟ ରଖି ତ କିଏ ରୋଜଗାର ଉଦ୍ଦେଶ୍ୟରେ ଭାରତ ବାହାରେ ଜୀବନ ଅତିବାହିତ କରୁଛନ୍ତି । କିନ୍ତୁ କଣ ଆପଣ ଜାଣନ୍ତି କି ଭାରତ ବାହାରେ କେତେ ଲୋକ ଏଭଳି ଅଛନ୍ତି ଯେଉଁମାନେ ବନ୍ଦୀ ଜୀବନ ବିତାଉଛନ୍ତି । ଅର୍ଥାତ କାରାଗାର ମଧ୍ୟରେ ସେମାନଙ୍କ ଜୀବନ କଟୁଛି । କହିରଖୁଛୁ ଦୁନିଆରେ ୫ପ୍ରମୁଖ ଦେଶଗୁଡିକର ଜେଲମାନଙ୍କରେ ସବୁଠୁ ଅଧିକ ଭାରତୀୟ କଏଦୀ ରହିଛନ୍ତି । କିନ୍ତୁ ଏ ସୂଚନା ସରକାରଙ୍କୁ କିଭଳି ମିଳୁଛି ଏବଂ ସେମାନଙ୍କୁ ନିଜ ଦେଶକୁ ଆଣିବା ପାଇଁ କଣ କରାଯାଉଛି ଜାଣିବା ।

ବିଦେଶରେ କଏଦ ହୋଇଥିବା ଭାରତୀୟଙ୍କ ସଂଖ୍ୟା କମ ନୁହେଁ । କେନ୍ଦ୍ର ସରକାର ଲୋକସଭାରେ ସଂଖ୍ୟା ଜାରି କରିଛନ୍ତି । ଲୋକସଭାରେ ଜାରି ସରକାରଙ୍କ ରିପୋର୍ଟ କହୁଛି କି ବିଦେଶ ଜେଲରେ ରହିଛନ୍ତି ୮୨୭୮ଭାରତୀୟ କଏଦୀ । ଏମାନଙ୍କ ମଧ୍ୟରୁ ୧୫୬ ଏଭଳି ଅଛନ୍ତି ଯେଉଁମାନେ ଆଜବନ କାରାଦଣ୍ଡରେ ଦଣ୍ଡିତ । ଲୋକସଭାରେ କୁହାଯାଇଛି କି ସବୁଠୁ ବେଶୀ ଅର୍ଥାତ ୧୪୮୦ଭାରତୀୟ କଏଦୀ ୟୁଏଇରେ ରହିଛନ୍ତି । କିନ୍ତୁ ମଲେସିଆରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ଥିବା କଏଦୀଙ୍କ ସଂଖ୍ୟା ଅଧିକ । ପରେ ପରେ କ୍ୟୁବେତ, ବାହରିନ ଓ ଚୀନ ଅଟେ । ତେବେ ଏହି ଆଜୀବନ ଜେଲରେ ରହିଥିବା କଏଦୀଙ୍କ ସଂଖ୍ୟାରେ ଚତୁର୍ଥରେ ରହିଛି ଓମାନ ।

ଲୋକସଭାରେ ଦିଆଯାଇଥିବା ଉତ୍ତରରେ ସବୁଠୁ ବେଶୀ ୧୪୮୦ଭାରତୀୟ କଏଦୀ ସଂୟୁକ୍ତ ଅରବ ଅମିରାତ ୟୁଏଇରେ ଅଛନ୍ତି । ଦ୍ୱିତୀୟରେ ସଉଦୀ ଆରବ ଯେଉଁଠାରେ ୧୩୯୨, ତୃତୀୟରେ ନେପାଳ ଯେଉଁଠାରେ ୧୧୧୨, ଚତିର୍ଥ ନମ୍ବରରେ ୭୦୧ଓ ପଞ୍ଚମରେ ରହିଛି କତାର ଯେଉଁଠାରେ ୪୭୩ କଏଦୀ ରହିଛନ୍ତି ।

ଲୋକସଭାରେ ଦିଆଯାଇଥିବା ସୂଚନା ମୁତାବକ ବିଦେଶରେ ଥିବା ଭାରତୀୟ ମିଶନ କେନ୍ଦ୍ରକୁ ସେଠାକାର ସରକାରଙ୍କ ଠାରୁ ଏହାର ସୂଚନା ମିଳିଥାଏ । ଭାରତୀୟ କଅଦୀଙ୍କୁ ଗିରଫ କରିବାର ସୂଚନା ମିଳିବା ପରେ ସ୍ଥାନୀୟ ବିଦେଶ କାର୍ଯ୍ୟାଳୟ ଓ ସ୍ଥାନୀୟ ଅଦିକାରୀଙ୍କ ସହ ସମ୍ପର୍କ କରାଯାଏ । ଅଧିକାରୀଙ୍କ ସହ ସମ୍ପର୍କ କରିବା ପରେ ଗିରଫଦାରୀ ସମ୍ପର୍କରେ ସମସ୍ତ ସୂଚନା ମଗାଯାଇଥାଏ ଏବଂ ଏହା ସୁନିଶ୍ଚିତ କରାଯାଏ କି ବ୍ୟକ୍ତିଜଣକ ଭାରତୀୟ କି ନାହିଁ । ଏହାର ପୁଷ୍ଟି ହେବା ପରେ ଭାରତୀୟ ମିଶନ ଓ କେନ୍ଦ୍ରରେ ଥିବା ଭାରତୀୟ ଓକିଲ ଆଇନ ହିସାବରେ ତାଙ୍କୁ ସାହାଯ୍ୟ କରନ୍ତି ।

ରିପୋର୍ଟ ହିସାବରେ ଦିଦେଶୀ ଜେଲରେ ଥିବା କଏଦୀଙ୍କୁ ଭାରତ ଆଣିବା ପାଇଁ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷୀକ ସମଝୋତା କରାଯାଏ । ଏହିପରିଭାବରେ ଜାନୁଆରୀ ୨୦୨୦ରୁ ଫେବୃଆରୀ ୨୦୨୨ଯାଏଁ ବନ୍ଦୀ ପର୍ଯାବର୍ତ୍ତନ ଅଧିନିୟମ ୨୦୦୩ ଅନୁସାରେ ୨ଭାରତୀୟ ନାଗରିକଙ୍କୁ ଶେଷ ଦଣ୍ଡ ଭାରତରେ କାଟିବା ପାଇଁ ଶ୍ରୀଲଙ୍କାରୁ ଭାରତ ପଠାଇ ଦିଆଯାଇଥିଲା । ଏହାଛଡା ଜର୍ମାନୀରୁ ଜଣେ ଓ ବାଂଳାଦେଶରୁ ୨ଜଣ ଭାରତୀୟ ନାଗରିକଙ୍କୁ ଭାରତକୁ ପଠାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.